ବ୍ରହ୍ମପୁର, 27-08 ରାଜ୍ୟର ହଜାର ହଜାର ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଓ ମହାବିଦ୍ୟାଳୟର ଏବଂ ଅଣ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ଦିର୍ଘ 12 ଦିନ ହେଲା ରାଜଧାନୀ ର ମହାତ୍ମାଗାନ୍ଧୀ ମାର୍ଗରେ ଅହରାତ୍ର ଧାରଣାରେ ବସିଛନ୍ତି I ନିଜ ନାଯ୍ୟ ଅଧିକାର ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଦୣଷ୍ଟି ଆକର୍ଷଣ କରି ଆସୁଛନ୍ତି, ଅଥଚ ସରକାରଙ୍କ ତରଫରୁ ଦାବୀପୂରଣ ପାଇଁ କୗଣସି ସକରାତ୍ମକ ମନୋଭାବ ସୣଷ୍ଟି ହୋଇନାହି, ଧୈର୍ଯ୍ୟର ପରୀକ୍ଷା କରାଯାଉଛି I ବିନା ଦରମାରେ 194 ଟି ହାଈସ୍କୁଲର ଶିକ୍ଷକ, କର୍ମଚାରୀ ଦୀର୍ଘ 25/30 ବର୍ଷ ହେଲା ଶିକ୍ଷା ଦାନ କରୂଛନ୍ତି ଏହା ଭାରତ ବର୍ଷରେ ଏକ ବିରଳ ଘଟଣା I 1994 ମସିହାରେ ପ୍ରବାଦ ପୁରୁଷ ବିଜୁ ବାବୁ ଯେଉଁ ଅନୁଦାନ ଆଇନ ପ୍ରଚଳନ କରିଥିଲେ ତାହାକୁ ନା କଂଗ୍ରେସ ସରକାର ନା ବିଜେଡି ସରକାର କାର୍ୟ୍ୟକାରୀ କଲେ I ଅପରନ୍ତୁ ନବୀନ ବାବୁଙ୍କ ଅମଳରେ ଏକ କୁତ୍ସିତ ‘ବ୍ଳକ୍ ଗ୍ରାଣ୍ଟ୍ ‘ ପ୍ରଥା ସୣଷ୍ଟି କରାଯାଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧାକାର ମଧ୍ୟକୂ ଠେଲି ଦିଆଗଲା I ପେନସନ୍ ନାହିଁ, ଚାକାରୀ ସର୍ତ୍ତ ନାହିଁ I ସେହି ସମୟର ଆନ୍ଦୋଳନ ସ୍ଥଳକୁ ଆଜିର ମାନ୍ୟବର ମୁଖ୍ୟମନ୍ତ୍ରୀ ଆସି ବିଜେପି ସରକାର ଆସିଲେ ଶିକ୍ଷକ ମାନଙ୍କର ସମସ୍ତ ଦାବୀ ଓ ସମସ୍ୟା ସମାଧାନ କରାଯିବ ବୋଲି ଦେଇଥିବା ପ୍ରତିଶୃତି ଓ ଆଶ୍ଵସନା ଏବେ ପାଣିର ଗାର ସଦୣଶ ହୋଇ ଯାଇଛି I ଏପରିକି ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଏବଂ ସୂପ୍ରିମ କୋର୍ଟ ପେନସନ ଓ 1994 ର ଆନୂଦାନ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ବେଖାତିର କରି ଶିକ୍ଷକ ସମସ୍ୟା ସମାଧାନ କରିବା ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି I ଅହୋରାତ୍ର ଧାରଣାଦେଇ କିଛି ଶିକ୍ଷକଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେଲାଣି I କିଛି ଶିକ୍ଷୟିତ୍ରୀ କୋହ ସମ୍ବରଣ କରି ନ ପାରି କାନି ପତେଇ କାନ୍ଦି କାନ୍ଦି ଭିକ୍ଷା ମାଗୁଛନ୍ତି ଯାହା ହୣଦୟ ବିଦାରକ I ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ I ତୁରନ୍ତ ଖୋଦ୍ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କ ସମସ୍ୟା ସମାଧାନ କରନ୍ତୁ I ଅତୀତରେ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ I ଅନ୍ୟଥା ଆବଶ୍ୟକ ପଡିଲେ ଓଡିଶା ସେବାନିବୣତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଉକ୍ତ ଆନ୍ଦୋଳନରେ ସାମିଲ୍ ହେବ ବୋଲି ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ଅଧ୍ୟକ୍ଷ କାମରାଜୁ ମହାରଣା, ବିକାଶ ମଞ୍ଚର ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ଦଳେଇ, ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଏକ ପ୍ରେସ୍ ବିବୣତିରେ ପ୍ରକାଶ କରିଛନ୍ତି I




