ବ୍ରହ୍ମପୁର, ତା୨୭-୮-୨୬ ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ପ୍ରଜାପିତା ବ୍ରହ୍ମ କୁମାରୀ ସଂସ୍ଥା, ଆଂକୁଲୀ ଶାଖାର ସଂଘ ପରିଚାଳିକା ମିନତୀ ଭଉଣୀ ତାଙ୍କର ୪ ଜଣ ସହଯୋଗୀଙ୍କ ଗହଣରେ କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ରକ୍ଷା ସୂତ୍ର ବାନ୍ଧିବା ସହ ମିଷ୍ଠାନ୍ନ ବାଣ୍ଟିଥିଲେ । ମଂଚ ସଭ୍ୟମାନେ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ନାଗରିକ ମଂଚର ଉପ ସଭାପତି ପ୍ରଫେସର ଡଃ ଅରୁଣ କୁମାର ପଣ୍ତା ଉତ୍ସବରେ ପୌରହିତ୍ଯ କରିଥିଲେ । ମଂଚର ଉପଦେଷ୍ଠା ପ୍ରଫେସର ଡଃ ଭାସ୍କର ପାଢ଼ୀ ରକ୍ଷା ବନ୍ଧନର ଆଧ୍ୟାତ୍ମିକ, ପୌରାଣିକ,ଐତିହାସିକ ଏବଂ ସାମାଜିକ ତାତ୍ପର୍ଯ୍ଯ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ମଂଚ ସଂପାଦକ ଶ୍ରୀ ଶାନ୍ତନୁ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ସର୍ବଶ୍ରୀ କେ.କ୍ରିଷ୍ଣା ରାଓ, ସୁଦର୍ଶନ ଦାସ, ଶିବରାମ ପାଣିଗ୍ରାହି, ବିଭୂତି ଭୂଷଣ ବେହେରା, ସୁଜନ ଶୁକ୍ଳ, ଜଗନ୍ନାଥ ଦାସ, ରମେଶ ଚନ୍ଦ୍ର ମହାନ୍ତି, ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ଯ, ପଦ୍ମ ଚରଣ ନନ୍ଦ, କୁମୁଦ ଚନ୍ଦ୍ର ବେହେରା, କଂଗ୍ରେସ ସାହୁ, ଇଂ. ବାସୁଦେବ ସାହୁ, ବି.ସୁବା ରାଓ, ଉପେନ୍ଦ୍ର ନାଥ ଦାସ, ଅଭିମନ୍ଯୁ ମହାରଣା, ଦ୍ୟୁତୀକ୍ରୁଷ୍ଣ ସାହୁ, ଦିବାକର ପାତ୍ର, ଦୀନବଂଧୁ ପାତ୍ର, ପ୍ରଫୁଲ ପାତ୍ର, ସନ୍ତୋଷ କୁମାର ସାହୁଙ୍କ ସମେତ ଶତାଧିକ ସଭ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ ।
ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ





