ବ୍ଲକ ସ୍ତରୀୟ ଜୁନିୟର ରେଡ୍ କ୍ରସ୍ ,ସ୍କାଉଟ ଓ ଗାଇଡ କମିଟି ଗଠିତ

Pradeep Kar

ତା ୨୯/୦୮/୨୦୨୬ ରିଖ କନିଶି ସ୍ଥିତ ପିଏମ୍ ଶ୍ରୀ ବାଲାଜୀ ବିଦ୍ୟାପୀଠ ପରିସରର ସଭା ଗୃହରେ ବ୍ଲକ ସ୍ତରୀୟ ଜୁନିୟର ରେଡ୍ କ୍ରସ୍ ,ସ୍କାଉଟ ଓ ଗାଇଡ କମିଟି ଗଠିତ ହୋଇ ଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ବେହେରାଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟ କ୍ରମରେ ଶିକ୍ଷାବିତ୍ ଓ ସମାଜସେବୀ ଗଙ୍ଗାଧର ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷାଦାନ ସହ ସେବା ମୂଳକ କାର୍ଯ୍ୟ କ୍ରମରେ ଶିକ୍ଷକଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ । ଏବିଇଓ ସୁକାନ୍ତ କୁମାର ଜେନା, ବ୍ଲକ ସଂଯୋଜକ ବିନାୟକ ତ୍ରିପାଠୀ , ଆଶୀଷ କୁମାର ପାଢ଼ୀ,ଗାଇଡ କ୍ୟାପଟେନ୍ ନିନୀ ସାହୁ ,ସ୍କାଉଟ ମାଷ୍ଟର ବ୍ରଜ କିଶୋର ଦାଶ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ମାନେ ରେଡ୍ କ୍ରସ୍ ସଙ୍ଗୀତ ଗାନ କରିଥିଲେ। ପଣ୍ଡିତ ବିନାୟକ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ବେହେରା ନିଜ ବ୍ଲକ ଅନ୍ତର୍ଗତ ସବୁ ବର୍ଗର ବିଦ୍ୟାଳୟରେ ପାଠ ପଢା ସହ ସେବା ମୂଳକ ଓ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଜୁନିୟର ରେଡ୍ କ୍ରସ୍ ,ସ୍କାଉଟ ଓ ଗାଇଡ ର ଭୂମିକା ଉପରେ ଗୁରୁତ୍ୱାରୋପ କରି ପରାମର୍ଶ ଦେଇଥିଲେ । ଜୁନିୟର ରେଡ୍ କ୍ରସ୍ କମିଟିରେ ଦେବେନ୍ଦ୍ର କୁମାର ବେହେରା ,କମଳା କୁମାରୀ ପଟ୍ଟନାୟକ,ରଶ୍ମିତା କୁମାରୀ ବାଡ଼ତ୍ୟା, ବିନାୟକ ତ୍ରିପାଠୀ,ସୁଜାତା ସାହୁ , ସୁଜ୍ଞା ନୀ କୁମାରୀ ନାୟକ, ପ୍ରସନ୍ନ କୁମାର ସାହୁ, ବନିତା ପାଢ଼ୀ ସମେତ ୧୫ ଜଣଙ୍କୁ ମନୋନୀତ କରାଯାଇ ଥିଲା l ସ୍କାଉଟ ଓ ଗାଇଡ କମିଟିରେ ରୁବି ସାହୁ ,ସାଧନା ପଟ୍ଟନାୟକ , ନୀନି ସାହୁ ,ଚାନ୍ଦିନୀ ମହାପାତ୍ର ,ସୂର୍ଯ୍ୟମଣି ନାୟକ ,ଜୟ କୃଷ୍ଣ ପାତ୍ର , ଧୀର ସମୀର ପାଣିଗ୍ରାହୀ ,ଏମ ଶ୍ରୀନୂପାତ୍ର ,ବ୍ରଜ କିଶୋର ଦାସ ,ରାଜେଶ କୁମାର ପାତ୍ର ଙ୍କୁ ମନୋନୀତ କରା ଯାଇଥିଲା। ଶେଷରେ ବ୍ଲକ ସଂଯୋଜକ ବିନାୟକ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Also Read

Tags