ଡ଼. ଏ.ପି.ଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ର ଷଷ୍ଠ ବାର୍ଷିକ ଉତ୍ସବ

Pradeep Kar

ଖଲ୍ଲିକୋଟ -୩୦/୦୮/୨୬- ଡକ୍ଟର ଏ.ପି.ଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ର ଷଷ୍ଠ ବାର୍ଷିକ ଉତ୍ସବ ଓ ମୂଖପତ୍ର ସ୍କୃତିସୁଧା ପାଇଁ ପ୍ରସ୍ତୁତି ବୈଠକ ଆଜି ଖଲ୍ଲିକୋଟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ସମ୍ପାଦକ ପଞ୍ଚାନନ ସୁର, କୋଷାଧ୍ୟକ୍ଷ ମହାଦେବ ମଲ୍ଲିକ, ଟ୍ରଷ୍ଟି ଜ୍ୟୋଛ୍ନା ରାଣୀ ମହାପାତ୍ର ଓ ସଦସ୍ୟ ପ୍ରଭାତ କୁମାର ଷଡ଼ଙ୍ଗୀ, ଶ୍ରୀ ପ୍ରସାଦ ଆଚାର୍ଯ୍ୟ, ଅଧ୍ୟାପିକା ଜ୍ୟୋଛ୍ନା ରାଣୀ ପ୍ରଧାନ, ପ୍ରଭାତି କୁମାରୀ ଦାସ, ସରୋଜବାଳା ପଟ୍ଟନାୟକ, ଦଣ୍ଡପାଣି ବେହେରା, ପୂର୍ଣ୍ଣ ଚନ୍ଦ୍ର ରଥ, ବିଦ୍ୟୁତ ପ୍ରଭା ଦାଶ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତାମତ ଉପସ୍ଥାପନା କରିଥିଲେ। ଚଳିତ ବର୍ଷର ମୁଖପତ୍ର ସ୍ମୃତିସୁଧା ପାଇଁ ବିଷୟଵସ୍ତୁ ଧାର୍ଯ୍ୟ କରାଗଲା “ଭାରତର ବିଶିଷ୍ଟ ସାହିତ୍ୟିକ ” l ଏହି ବିଷୟ ଵସ୍ତୁ ଉପରେ ଲେଖା ପଠାଇବା ପୂର୍ବରୁ କେଉଁ ସାହିତ୍ୟିକ ଙ୍କ ଉପରେ ଲେଖୁଛନ୍ତି ତାହା ଜଣାଇବା ଆବଶ୍ୟକ ବୋଲି ନିଷ୍ପତ୍ତି ନିଆଗଲା l ଶେଷରେ ପ୍ରଭାତୀ କୁମାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags