ସଭିଙ୍କ ମୁହଁ ରେ ହସ ଫୁଟାଉଛି ରାଷ୍ଟ୍ରୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

Pradeep Kar

ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା 19 ଜଣ ହୃଦରୋଗ ଥିବା ଶିଶୁମନଙ୍କୁ ମୁମ୍ବାଇ ସ୍ଥିତ ଏସ ଆର ସି ସି ହସ୍ପିଟାଲ ଙ୍କୁ ପଠାଯାଇଛି I ପିଲାମାନଙ୍କ ସହ 2 ଜଣ ଅଭିଭାବକ ଯାଇଛନ୍ତି I ଏବଂ ଶିଶୁ ମାନଙ୍କୁ ତଦାରଖ ପାଇଁ ଆୟୁଷ ଡାକ୍ତର ସତ୍ୟନାରାୟଣ ପଳାଇ ଓ ଆୟୁଷ ଡାକ୍ତର ମିଳନ ଅଧିକାରୀ ସେମାନଙ୍କ ମୁମ୍ବାଇ ଯାତ୍ରା କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମ କୁ ସି ଡି ଏମ ଓ ଡାକ୍ତର ଭବାନୀ ଶଙ୍କର ମିଶ୍ର ଙ୍କ ନିର୍ଦେଶ କ୍ରମେ ଡି ଇ ଆଇ ସି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଜୟ ପାଣିଗ୍ରାହୀ ଓ ଡି ଏମ ଆର ଏଚ ପ୍ରଶାନ୍ତ କୁମାର ବରାଳ ଏବଂ ସମସ୍ତ ଆର ବି ଏସ କେ ଟିମ ମେମ୍ବର ଓ ଡି ଇ ଆଇ ସି କର୍ମଚାରୀ ଉପସ୍ଥିତ ରହି ଶିଶୁ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ I ଏହି କାର୍ଯ୍ୟକ୍ରମ କୁ ଆର ବି ଏସ କେ ମ୍ୟାନେଜେର ସୁଶ୍ରୀ ଲୋପାମୁଦ୍ରା ମିଶ୍ର ସୁଚାରୁରୂପେ ପରିଚାଳନା କରି ସମସ୍ତଙ୍କୁ ଶୁଭାଗାମନ ମାନସିଥିଲେ I ଓଡିଶା ସରକାର ଙ୍କ ଆର ବି ଏସ କେ କାର୍ଯ୍ୟକ୍ରମ ମାଧ୍ୟମରେ ଏ ଭଳି ଅନେକ ରୋଗୀ ର ସଫଳ ଚିକିତ୍ସା ମାଗଣା ରେ ହାଇପାରୁଥିବାରୁ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି I

Also Read

Tags