ବିଧାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା

Pradeep Kar

ବ୍ରହ୍ମପୁର, ବିଧାୟକ ଶ୍ରୀ କେ ଅନିଲ କୁମାର ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଉନ୍ନୟନ ପାଣ୍ଠି( MLA LAD) ଏବଂ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା (CMSA) ପାଣ୍ଠିର ଅଗ୍ରଗତି ସମ୍ପର୍କ ରେ ଏକ ସମୀକ୍ଷା ବୈଠକ ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଚାଲୁଥିବା LAD ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଆକଳନ କରିବା ସହ ସମୀକ୍ଷା ମଧ୍ୟ କରାଯାଇଥିଲା। ବୈଠକରେ ମହାନଗର ନିଗମର ସିଟି ଇଞ୍ଜିନିୟର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer), A.E.E., A.E. ଏବଂ J.E.ମାନଙ୍କୁ ସମ୍ପୃକ୍ତ ଆବଶ୍ୟକୀୟ ତଥ୍ୟ ସହ ସମାପ୍ତ ହେବା ନିର୍ଦ୍ଧାରିତ ତାରିଖ ବିଷୟ ରେ ବିଧାୟକ ଙ୍କ ସହ ଆଲୋଚନା କରିଥିଲେ ।ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ଲକ୍ଷ୍ୟରେ ବିଧାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିର୍ବାଚନମଣ୍ଡଳୀରେ ଚାଲୁଥିବା ଏବଂ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ପ୍ରକଳ୍ପଗୁଡ଼ିକର ବର୍ତ୍ତମାନ ସ୍ଥିତି, ଅର୍ଥ ବ୍ୟବସ୍ଥା, କାର୍ଯ୍ୟର ଗୁଣବତ୍ତା ଓ ସମୟସୀମା ସମ୍ପର୍କରେ ବିଧାୟକ ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଥିଲେ।ବିଶେଷକରି (CMSA ) ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠି ସମେତ ବିଭିନ୍ନ ଉନ୍ନୟନ ପାଣ୍ଠିର ସଠିକ୍ ଓ ସ୍ୱଚ୍ଛ ବିନିଯୋଗ, ଅନୁମୋଦିତ ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାସ୍ତାଘାଟ, ପାନୀୟଜଳ, ଡ୍ରେନେଜ୍ ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍, ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଆଗେଇ ନେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ଆବଶ୍ୟକତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଉନ୍ନୟନ କାର୍ଯ୍ୟରେ କୌଣସି ପ୍ରକାରର ଅବହେଳା ଯେପରି ନହୁଏ, ସେଥିପାଇଁ ନିୟମିତ ତଦାରଖ ଓ ନିରୀକ୍ଷଣ କରିବାକୁ ବିଧାୟକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। “ବିକାଶର ସୁଫଳ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚିବା ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ଚୟନ ଓ କାର୍ଯ୍ୟାନ୍ୱୟନ ହେବା ଆବଶ୍ୟକ”—ବୋଲି ବିଧାୟକ ଗୁରୁତ୍ୱାରୋପ କରିଥିଲେ। ଜନ ପ୍ରତିନିଧି ଭାବରେ ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳ ଏବଂ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

Also Read

Tags