ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Pradeep Kar

ବ୍ରହ୍ମପୁର ତା 5/9 ସ୍ଥାନୀୟ ମହାନଗର ନିଗମ ସମ୍ମୁଖ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି।ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନାନୀ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପତି ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀ ସାହୁ ଦୀପ ପ୍ରଜ୍ଜ୍ଵଳନ କରି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ ଶିକ୍ଷୟିତ୍ରୀମାନେ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ଏହି ଅବସରରେ ସମ୍ମାନିତ ଅତିଥିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। କର୍ମ ତତ୍ପର ହେବା ସହ ଦୈନନ୍ଦିନ ଜୀବନରେ ଉତ୍ତମ ଅଭ୍ୟାସ ଦ୍ୱାରା ଛାତ୍ରୀମାନେ ଚରିତ୍ରବାନ୍ ହୋଇ ଭବିଷ୍ୟତରେ ସୁନାଗରିକ ହୋଇପାରିବେ ବୋଲି ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଷଷ୍ଠ ଶ୍ରେଣୀର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦଶମ ଶ୍ରେଣୀ ଛାତ୍ରୀ ଆଲିନା ପଟ୍ଟନାୟକ, କିରଣ ଦଳାଇ ଏବଂ ସ୍ନେହଲତା ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

Also Read

Tags