ବ୍ରହ୍ମପୁର ସହରର ବହୁ ପୁରାତନ ହାଇ ସ୍କୁଲ କୁଇନ୍ ଅଫ ଦି ମିଶନ ସ୍କୁଲ ରେ ଆଜି ଗୁରୁ ଦିବସ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ଦାଶ ଙ୍କ ନେତୃତ୍ୱ ରେ ଆୟୋଜିତ ବୈଠକ ରେ କିଛି ପୁରାତନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ସାହୁ , କେଦାର ସାହୁ, ଜମ୍ବୁବତି ଗୌଡ଼, ବିଧୁ ବିନୋଦିନୀ ମିଶ୍ର। ଏହା ସହ 1991 ମସିହା ମ୍ୟାଟ୍ରିକ ଵ୍ୟାଚ ର ଛାତ୍ର ସଂଘ୍ ର ଅଶୋକ ବ୍ରହ୍ମା, ନାରାୟଣ ମହାରଣା, ମନୋରଞ୍ଜନ ମିଶ୍ର, ବିଭୂତି ପାତ୍ର ପ୍ରମୁଖ ନିଜ ପୁରାତନ ସ୍କୁଲ କୁ ଯାଇ ସେଠାରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପୁଷ୍ପ ମାଲ୍ୟ ସହ ଉପହାର ଦେଇଥିଲେ । ଏହି ଖବର ଟି ଆପଣ ଙ୍କ ଖବର କାଗଜ ରେ ସ୍ଥାନିତ କରିବାକୁ ଅନୁରୋଧ
କୁଇନ୍ ଅଫ ଦି ମିଶନ ସ୍କୁଲ ରେ ଗୁରୁ ଦିବସ ପାଳିତ





