ବ୍ରହ୍ମପୁର, ୦୫/୦୯ ଗୁରୁ ଦିବସରେ ଗୁରୁ ତଥା ଶିକ୍ଷାବିତ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ ଙ୍କ ଶନିବାର ୬୨ ବର୍ଷ ବୟସରେ ପରଲୋକ ଘଟିଛି। ଅନ୍ନପୂର୍ଣ୍ଣା ନଗର୍ ୧୦ମ ଲାଇନ ନିବାସୀ ଶିକ୍ଷାବିତ୍ ପଟ୍ଟନାୟକ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଚିକିତ୍ସିତ ହେବା ପରେ ଘର୍ କୁ ଆସିଥିଲେ । ତେବେ ଭୋର ସମୟରେ ତାଙ୍କର ହଟାତ୍ ମୃତୁ ଘଟି ଥିଲା। ମୃତୁ ଶଯ୍ୟା ନିକଟରେ ତାଙ୍କ ଧର୍ମ ପତ୍ନୀ ଶିକ୍ଷୟତ୍ରୀ ଫାଲଗୁନି ପଟ୍ଟନାୟକ ଙ୍କ ସମେତ ଏକ ମାତ୍ର ପୁତ୍ର ଓ କନ୍ୟା ଉପସ୍ଥିତ ଥିଲେ ।ସେ ଜଣେ ମେଳାପୀ ଧର୍ମ ପରାୟଣ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ନୀଳକଣ୍ଠେଶ୍ବର ମଶାଣୀ ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।
ଗୁରୁ ଦିବସରେ ଗୁରୁଙ୍କ ପରଲୋକ





