ବ୍ରହ୍ମପୁରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ପାଳିତ ହେଲା ନନ୍ଦ ମହୋତ୍ସବ

Pradeep Kar

ବ୍ରହ୍ମପୁର, ୦୫/୦୯/୨୦୨୬ (): ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଷୋହଳ ଖଣ୍ଡ ଗୋପାଳ ସମାଜ, ବ୍ରହ୍ମପୁର ମହାନଗର ତାଲୁକା ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନନ୍ଦ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଶ୍ରୀ ନାରାୟଣ ମହାଙ୍କୁଡ଼ଙ୍କ ପୌରୋହିତ୍ୟରେ ଏବଂ ଶ୍ରୀ ଗଣେଶ ମହାଙ୍କୁଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ଗିରି ରୋଡ଼ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ଏହି ମହୋତ୍ସବରେ ଶହ ଶହ ଗୋପାଳ ପରିବାର ଓ କର୍ମକର୍ତାମାନେ ଯୋଗ ଦେଇଥିଲେ। ବିଗତ ଅନେକ ବର୍ଷ ଧରି ଏହି ସମାଜ ଏହି ପରମ୍ପରାକୁ ବଜାୟ ରଖିଥିବା ବେଳେ ଏହା ପୂର୍ବରୁ ବହୁ ଗଣମାଧ୍ୟମରେ ପ୍ରକାଶ ପାଇ ସମାଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଭୁ ଗୋପାଳ କୃଷ୍ଣଙ୍କ ବିଗ୍ରହ ପୂଜା, ବିଭୁ ବନ୍ଦନା ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ସୁସଜ୍ଜିତ ଦହିହାଣ୍ଡି ଶୋଭାଯାତ୍ରା ରାଧା-କୃଷ୍ଣ ବେଶଧାରୀ ବାଳକ ବାଳିକାମାନଙ୍କୁ ନେଇ ଘଣ୍ଟ, ମୃଦଙ୍ଗ, ଶଙ୍ଖ, ରଣପା, ଲହୁଡି ଖେଳ ମଧ୍ୟରେ ଅତିଥି ଓ କର୍ମକର୍ତ୍ତାମାନଙ୍କ ଦ୍ୱାରା ଦହିହାଣ୍ଡି ଭଞ୍ଜନ କରାଯାଇଥିଲା।ଏହି ଅବସରରେ ସ୍ୱର୍ଗତ ଦମ୍ପତ୍ତି ଶ୍ରୀ ଚୌଧୁରୀ ଗୌଡ଼ ଓ ଶ୍ରୀମତୀ କମଳା ଗୌଡ଼ଙ୍କ ସ୍ମୃତି ସମ୍ମାନରେ ମେଧାବୀ ଓ ପ୍ରତିଭାଧାରୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ସମାଜର ମୁଖପତ୍ର *”ଗୋପାଳ ଚୂଡ଼ାମଣି” ପତ୍ରିକା ଉନ୍ମୋଚିତ ହୋଇଥିଲା।ଏହି ଉତ୍ସବରେ ସଭାପତି ଶ୍ରୀ ଧୋବା ଗୌଡ଼ଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ ନନ୍ଦ ଉତ୍ସବର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ନନ୍ଦ ଉତ୍ସବ ଆମ ଗୋପାଳ ସଂସ୍କୃତିର ମୂଳ ଉତ୍ସ। ସର୍ବ ଭାରତୀୟ ସ୍ତରରେ ଯାଦବ ସମାଜ ମଥୁରା, ଗୋପ, ବୃନ୍ଦାବନ, ବର୍ଷାନା, ଗୋବର୍ଦ୍ଧନରେ ଏହି ମହୋତ୍ସବକୁ ବଡ଼ ଧୁମଧାମରେ ପାଳନ କରୁଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ତାଲୁକାରେ ମଧ୍ୟ ଏହା ପାଳନ କରାଯାଉଛି। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସମାଜକୁ ସ୍ୱାବଲମ୍ବୀ କରାଇବା ଏବଂ ଏହି ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା।ଶେଷରେ ଗୋପାଳ ଭାଇ ଭଉଣୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତିବର୍ଷ ଏହି ଉତ୍ସବ ମାଧ୍ୟମରେ ସମାଜର ମହିଳାମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଭାଗ ନେଉଛନ୍ତି।ବ୍ରହ୍ମପୁରରେ ନନ୍ଦ ମହୋତ୍ସବରେ ମୁଖ୍ୟ ଉପଦେଷ୍ଟା ନନ୍ଦ କିଶୋର ମହାଙ୍କୁଡ, ଜିଲ୍ଲା ସଭାପତି ଅରୁଣ କୁମାର ଗୌଡ଼ କାର୍ଯ୍ୟକାରୀ ସଭାପତି ନାରାୟଣ ମହାଙ୍କୁଡ଼ ଜିଲ୍ଲା ସମ୍ପାଦକ ପର୍ଶୁରାମ ଗୌଡ଼, କୋଷାଧ୍ୟକ ବିଜୟ କୁମାର ଗୌଡ଼, ଉପଦେଷ୍ଟା ନରସିଂହ ଗୌଡ଼, ଆଇନ ସେଲ ଅଧ୍ୟକ୍ଷ ଗଣେଶ ମହାଙ୍କୁଡ଼ ଯୋଗ ଦେଇଥିଲେ।ମହାନଗର ତାଳୁକା ର ଉପଦେଷ୍ଟା ରାମ ଚନ୍ଦ୍ର ଗୌଡ଼,କାଯ୍ୟକରି ସଭାପତି ମୁକୁନ୍ଦ ଗୌଡ଼,ଉପସଭାପତି ଦେବରାଜ ମହାଙ୍କୁଡ଼, ସମ୍ପାଦକ କବିରାଜ ଗୌଡ଼, କୋଷାଧ୍ୟକ ବିନୋଦ ଗୌଡ଼, ସହ ସମ୍ପାଦକ ରମେଶ ଗୌଡ଼, ମହେଶ୍ୱର ଗୌଡ଼ ଅତିଥିବୃନ୍ଦ। ଅନ୍ୟ ମାନଙ୍କର ମଧ୍ୟରେ ସୁଯ୍ୟ ନାରାୟଣ ପାତ୍ର, ମାନସ ଦାସ, ଗୋପାଳ ପଟନାଇକ, ଅନିଲ ପାତ୍ର, ନାଗେଶ୍ୱର ପୃଷ୍ଟି, ସୁଧୀପ ସାହୁ ସହଯୋଗ କରିଥିଲେ।

Also Read

Tags