ଗଞ୍ଜାମ ଜ଼ିଲ୍ଲା କଳା କଳାକାର ସଙ୍ଘ ତରଫରୁ ଗୁରୁ ଦିବସ ପାଳିତ

Pradeep Kar

ବ୍ରହ୍ମପୁର, 5.9.2026 ବ୍ରହ୍ମପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଗଞ୍ଜାମ ଜ଼ିଲ୍ଲା କଳାକାର ସଙ୍ଘ ତରଫରୁ ସ୍ଥାନୀୟ ଗଞ୍ଜାମ କଳା ପରିଷଦରେ ୫ ସେପ୍ଟେମ୍ବର ୨0୨୬ ସନ୍ଧ୍ୟାରେ ପୁରୁ ପୂଜନ ଉତ୍ସବ ଆୟୋଜିତ ହୋଇସାରିଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରେଫେସର ମନ୍ମଥ ପାଢ଼ୀ ଯୋଗ ଦେଇଥିବା ବେଳେ ଦୈନିକ ଆଶା ପତ୍ରିକାr ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ସମ୍ମାନିତ ଅତିଥି ଏବଂ ନାଟ୍ୟକାର ବିପିନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ସଭାପତି ଶଙ୍କର୍ଷଣ ସାବତ ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଉପଦେଷ୍ଟା ତ୍ରିପତି ନାୟକ ମଂଚାସୀନ ଥିବା ବେଳେ କୈଳାଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ଶ୍ରୀଯୁକ୍ତ ଏନ. ରାମବାବୁ, ନାଟ୍ୟକାର ଏବଂ ନିର୍ଦ୍ଦେଶକ, ଶ୍ରୀମତୀ ଜୟନ୍ତୀ ମିଶ୍ର, ଅଭିନେତ୍ରୀ ଏବଂ ନୃତ୍ୟ ନିର୍ଦ୍ଦେଶିକା, ଶ୍ରୀଯୁକ୍ତ ବିଚିତ୍ର ଷଡ଼ଙ୍ଗୀ, ନାଟ୍ୟ ନିର୍ଦ୍ଦେଶକ ଏବଂ ଅଭିନେତା, ଶ୍ରୀଯୁକ୍ତ ରାଜେଶ ପାତ୍ର, ନାଟ୍ୟକାର ନିର୍ଦ୍ଦେଶକ ଏବଂ ଅଭିନେତା, ଶ୍ରୀଯୁକ୍ତ ଯତୀନ ଦାସ, ସଂଗୀତ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଆଦିକନ୍ଦ ଗୌଡ଼, ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀଯୁକ୍ତ ବିସୁ ନାୟକ, ଢୋଲିଆ ବାଦ୍ୟ କଳାକାର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ମଦନ ମିଶ୍ର, ରବୀନ୍ଦ୍ର କୁମାର ନାୟକ, ତାପସ ପାଣିଗ୍ରାହୀ, କୃଷ୍ଣ ପଣ୍ଡା, ଗିରିଜା ଶଙ୍କର ଦାଶ ପ୍ରମୁଖ ସହଯୋଗ କରିଥିଲେ l ସଭା ପୂର୍ବରୁ ନିର୍ଦ୍ଦେଶକ ସତ୍ୟ ମହାରଣାଙ୍କ ତତ୍ୱାବଧାନରେ ନୁପୁର ଅନୁଷ୍ଠାନ ତରଫରୁ ନୃତ୍ୟ ଏବଂ ସଂଗୀତ ପରିବେଷଣ ହୋଇଥିଲା l

Also Read

Tags