ମହାନଗର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁଦିବସ ପାଳନ।

Pradeep Kar

ବ୍ରହ୍ମପୁର -ତା -୫ ସେପ୍ଟେମ୍ବର ୨୦୨୬ରିଖ (ଶନିବାର ) ମହାନଗର ପ୍ରାଥମିକ ସଂଘ ବ୍ରହ୍ମପୁର ତରଫରୁ ମହାନ ଶିକ୍ଷାବିତ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଅବସରରେ ଗୁରୁଦିବସ ଶ୍ରଦ୍ଧା ଓ ଉତ୍ସହର ସହ ବ୍ରହ୍ମପୁର ଏନଜିଓ ହଲରେ ପାଳିତ ହୋଇଯାଇଛି l ଏହି ଅବସରରେ ସମ୍ପାଦକ ଶ୍ରୀ ବାଙ୍କ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ଦେବେନ୍ଦ୍ର ବେହେରା ଗୋଷ୍ଟୀଶିକ୍ଷାଧିକାରୀ ରଙ୍ଗଈଲୁଣ୍ଡା, ମୁଖ୍ୟ ବକ୍ତା ଡ଼ଃ ପଦ୍ମନାଭ ସାମନ୍ତ ଅବସର ପ୍ରାପ୍ତ ପ୍ରଧ୍ୟାପକ ଗଣିତ ବିଭାଗ ବ୍ରହ୍ମହପୁର ବିଶ୍ୱବିଦ୍ୟାଳୟ, ସଂମ୍ମାନିତ ଅତିଥି ଶ୍ରୀ ରାଜେଶ କୁମାର ତାରିଣୀ ଗଞ୍ଜାମ ଜିଲ୍ଲା ଆବାହକ ଏୟୁପିଟିଏଫ ମହାନଗର ଶିକ୍ଷକ ସଂଘର ସଭାପତି ଶ୍ରୀ ଗିରିଜା ଶଙ୍କର ପଣ୍ଡା, ଉପଦେଷ୍ଟା ଶ୍ରୀ ଅବନୀ କୁମାର ପାଢ଼ୀ, ଶ୍ରୀ ସିମାଞ୍ଚଳ ମିଶ୍ର,ଶ୍ରୀ ସୁକାନ୍ତ କୁମାର ଜେନା ଏ. ବି.ଇ.ଓ ରଙ୍ଗଈଲୁଣ୍ଡା ଓ ଯେନିଥ ର ପ୍ରତିଷ୍ଠାତା ସମସ୍ତ ମଞ୍ଚାସିନ ହୋଇ ସଭାକାର୍ଯ୍ୟକୁ ଆଗେଇ ନେଇଥିଲେ l ସହ ସମ୍ପାଦକ ପରମେଶ୍ୱର ପାଣିଗ୍ରାହୀ ଅଥିତି ପରିଚୟ କରିବା ସହ ଶିକ୍ଷୟିତ୍ରୀ ଶ୍ରୀମତୀ ଜୋଶ୍ନ ମୟୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ମହାନଗର ଶିକ୍ଷକ ସଂଘ ଦ୍ୱାରା ମହାନଗରର ୨୩ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ବିଭୁତି ଭୂଷଣ ପଣ୍ଡା ଉପସଭାପତି, ଉପସଭାନେତ୍ରୀ ସୁନିତା ପଟ୍ଟନାୟକ, ସହ ସମ୍ପାଦକ ଶ୍ରୀ ସିମାଞ୍ଚଳ ଚୌଧୁରୀ, ଶ୍ରୀମତୀ ତନୋଜl ଦେବୀ, କୋଷାଧକ୍ଷ ଶ୍ରୀ ଏ. କାମରାଜୂ ପାତ୍ର, ସଂଯୋଜିକା ଶ୍ରୀମତୀ ରିତାରାଣୀ ବେହେରା, ଜିଲ୍ଲା ସଭ୍ୟ ଶ୍ରୀ ଅନୁଜ କୁମାର ପ୍ରଧାନ, ସି ଆର ସି ସି ଏ. ଭଗବାନ ମନୋରଞ୍ଜନ ପଟ୍ଟନାୟକ, ରଂଜିତା ପାଣିଗ୍ରାହୀ, ଅଭିଷେକ ମିଶ୍ର, ଶ୍ରୀମତୀ ଜୟନ୍ତୀ ମିଶ୍ର,, ଶ୍ରୀ ପ୍ରସନ୍ନ ନାହାକ, ଶ୍ରୀ ବନମାଳୀ ନାୟକ ସହଯୋଗ କରିବା ସହ ବିପୁଳ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ ଦ୍ୱାରା ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା l ଶେଷରେ ସି. ଆର.ସି. ସି ଶ୍ରୀ ଭଗବାନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ ହୋଇଥିଲା l

Also Read

Tags