ଡ଼ି. ଏ.ଭି. ଗୁରୁକୂଳ ଚିତ୍ରକୋଣ୍ଡା ଠାରେ ପବିତ୍ର ଗୁରୁ ଦିବସ ପାଳନ ହୋଇଅଛି। ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୌର ହରି ସାହୁ(ଅବସର ପ୍ରାପ୍ତ ଶିକ୍ଷକ) ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ରଥ (ଅବସର ପ୍ରାପ୍ତ ଶିକ୍ଷକ) ଓ ଶ୍ରୀଯୁକ୍ତ ତ୍ରିଲୋଚନ ରଥ (ଅବସର ପ୍ରାପ୍ତ ଶିକ୍ଷକ) ଯୋଗଦାନ କରିଥିଲେ। ଶ୍ରୀମତୀ ରାଜଲକ୍ଷ୍ମୀ ଦାସ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନୁଷ୍ଠାନ ର ମିସ୍ ମାନେ ଫୁଲତୋଡ଼ା ପ୍ରଦାନ କରି ସ୍ଵାଗତ ଜଣାଇଥିଲେ। ଅତିଥି ମାନଙ୍କ ଦ୍ଵାରା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଦିବସ ଉପଲକ୍ଷେ ଫୋଟୋ ଚିତ୍ର ରେ ଫୁଲ ହାର,ଦୀପ,ଚନ୍ଦନ, ଧୂପ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରି ଥିଲେ। ଅତିଥି ମାନେ ଗୁରୁଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ର ମହତ୍ତ୍ଵ ବିଷୟରେ ମାର୍ଗ ଦର୍ଶନ କରି ଥିଲେ। ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଅନୁଷ୍ଠାନ ର ମିସ୍ ଶ୍ରୀମତୀ ମାମୁନି ପ୍ରଧାନ, ସୁମିତ୍ରା ନାୟକ,ସୁଶ୍ରୀ ସରସ୍ୱତୀ ଖରା, ପୁନମ୍ ବାଘ, ସରସ୍ୱତୀ ପ୍ରଧାନ, ରୋଜୀ ସାଗରିଆ, ମଞ୍ଜୁଳା ନାୟକ,ମୌସୁମୀ ମୁଦୁଲି ଓ ସହାୟିକା ମାନଙ୍କ ସହଯୋଗ ରେ ଶ୍ରୀ ରାକେଶ ମହାରଣା ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଟି କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପରିଚାଳନା କମିଟି ଓ ଅଭିଭାବକ ଙ୍କ ସହୋଜଗ ରେ କାର୍ଯ୍ୟକ୍ରମଟି ସଫଲ୍ୟ ମଣ୍ଡିତ ହୋଇଥିଲା।
ଡ଼ି. ଏ.ଭି. ଗୁରୁକୂଳ ଚିତ୍ରକୋଣ୍ଡା ଠାରେ ପବିତ୍ର ଗୁରୁ ଦିବସ ପାଳନ





