ଜଗଦଳପୁର ତ୍ରିଶକ୍ତି ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Pradeep Kar

କୁକୁଡ଼ାଖଣ୍ଡି ,୦୭/୦୯/୨୬: ଜଗଦଳପୁର ଗ୍ରାମର ତ୍ରିଶକ୍ତି ସଂଘ ପକ୍ଷରୁ ମାଁ ତାରା ତାରିଣୀଙ୍କ ପୀଠରେ ଏକ ବନ୍ଧୁ ମିଳନ ଓ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସମସ୍ତ ଅତିଥି ମାନେ ପ୍ରଥମେ ମାଁ ତାରା ତାରିଣୀଙ୍କୁ ଦର୍ଶନ କରିଥିଲେ । ପରେ ଜଗଦଳପୁର ଗ୍ରାମର ଯୁବ ସମାଜସେବୀ ରାଜକିଶୋର ପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପି ସୁରେନ୍ଦ୍ର ପାତ୍ର ପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ ଜଗଦଳପୁର ଗ୍ରାମର ରଜା ନାଟର ଇତିହାସ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ପରିଚାଳକ ଶ୍ରୀ ପାଠୀ ଏହି ସମ୍ବର୍ଦ୍ଧନା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ବରିଷ୍ଠ ସାମ୍ବାଦିକ କେ ସନ୍ତୋଷ କୁମାର ପାତ୍ର ଓ ଶତପଥୀ ଷ୍ଟାର୍ ଭିଜନ ମାଲିକ ଲକ୍ଷ୍ମନାରାୟଣ ଶତପଥୀ ନଳବଣ୍ଟା ଗ୍ରାମର ପରିଡ଼ା ପାର୍ଟି ପ୍ରହ୍ଲାଦ ନାଟକର ଗୁରୁଶ୍ରୀ ଅରୁଣ ପରିଡ଼ା ଓ ମୁଖ୍ୟ ପରିଚାଳକ ପ୍ରଫୁଲ୍ଲ ଶତପଥୀଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ତ୍ରିଶକ୍ତି ସଂଘର ସଭାପତି ତଥା ଯୁବ ସମାଜସେବୀ ଅରୁଣ କୁମାର ପାଢ଼ୀ ସମସ୍ତଙ୍କୁ ଉତ୍ସାହିତ କରି ସଂଘକୁ ମଜବୁତ୍ କରିଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବଞ୍ଚାଇ ରଖିବା ସହ ଚିରଦିନ ପାଇଁ ସୁସମ୍ପର୍କ ସ୍ଥାପନ ରଖିବା ନିମନ୍ତେ ଆହ୍ବାନ ଦେଇଥିଲେ।ପରିଶେଷରେ ଜଗଦଳପୁର ତ୍ରିଶକ୍ତି ସଂଘର ସଭାପତି ଓ ଗ୍ରାମବାସୀ ମିଳିତ ଭାବେ ନଳବଣ୍ଟା ପରିଡ଼ା ପାର୍ଟି ପ୍ରହ୍ଲାଦ ନାଟକକୁ ସମ୍ବର୍ଦ୍ଧନା ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ସୀତାରାମ ଦୋରା, ସୀମାଞ୍ଚଳ ମହାରଣା, କେ ନାରାୟଣ ପାତ୍ର, ନାଗେଶ ପାତ୍ର, କୁରା ସେଠି, ଶିଶିର ପାଢ଼ୀ,ବିଚିତ୍ର ପାତ୍ର, ମିଟୁ ମହାପାତ୍ର, ବିଶ୍ୱନାଥ ପାତ୍ର, ଗଙ୍ଗା ପାତ୍ର, ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Also Read

Tags