ଯୋଗଧାମର ୩୨ତମ ପ୍ରତିଷ୍ଠା ଦିବସ ୧୪ରେ

Pradeep Kar

ବ୍ରହ୍ମପୁର, ୭/୯ :ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ (ଯୋଗଧାମ) ପକ୍ଷରୁ ଆସନ୍ତା ୧୪ ସେପ୍ଟେମ୍ବର ୨୦୨୬, ସୋମବାର ଦିନ ଗଣେଶ ଚତୁର୍ଥୀ ଅବସରରେ ଅନୁଷ୍ଠାନର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହେବ। ୧୯୯୪ ମସିହାରେ ପ୍ରତିଷ୍ଠିତ ଯୋଗଧାମ ଦୀର୍ଘ ୩୨ ବର୍ଷ ଧରି ଯୋଗ, ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ସୁସ୍ଥ ଜୀବନଶୈଳୀର ପ୍ରଚାରପ୍ରସାର କରିଆସୁଛି। ନିୟମିତ ଯୋଗ ଅଭ୍ୟାସ, ବ୍ୟକ୍ତିତ୍ୱ ବିକାଶ ଶିବିର, ଥେରାପିଟିକ୍‌ ଶିବିର, ସେମିନାର, ଯୋଗ ସମ୍ପର୍କିତ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍ଷାଧିକ ଲୋକଙ୍କ ନିକଟରେ ଯୋଗ ଓ ସୁସ୍ଥତାର ବାର୍ତ୍ତା ପହଞ୍ଚାଇବାରେ ଅନୁଷ୍ଠାନ ସକ୍ରିୟ ଭୂମିକା ନେଇଆସିଛି। ପ୍ରତିଷ୍ଠା ଦିବସ ଅବସରରେ ସକାଳ ୯ଟାରେ ଗଣେଶ ପୂଜା, ଦିନ ୧୨ଟାରେ ପ୍ରତିଷ୍ଠା ଦିବସ ସମାରୋହ ଏବଂ ଦିନ ୧ଟା୩୦ରେ ପ୍ରସାଦ ସେବନ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଦେଶାତ୍ମବୋଧକ ସଙ୍ଗୀତ, ପ୍ରବନ୍ଧ ଲିଖନ ଓ ଗ୍ରୁପ୍ ଯୋଗାସନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରତିଷ୍ଠା ଦିବସ ସମାରୋହରେ ପୁରସ୍କୃତ ଓ ସମ୍ମାନିତ କରାଯିବ। ଓଡ଼ିଶାର ଯୋଗ ଓ ସୁସ୍ଥତା କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ ଭାବେ ଯୋଗଧାମ ଆଗାମୀ ଦିନରେ ମଧ୍ୟ “ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ” ଗଠନର ଲକ୍ଷ୍ୟ ନେଇ ଏହାର ସେବା ଜାରି ରଖିବାକୁ ପ୍ରତିବଦ୍ଧ। ଏହି ଜନକଲ୍ୟାଣମୂଳକ ପ୍ରୟାସକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ଓ ପ୍ରେସ୍‌ର ସହଯୋଗ, ବ୍ୟାପକ ପ୍ରଚାର ଓ ପ୍ରସାରଣ ପାଇଁ ଯୋଗଧାମ ପକ୍ଷରୁ ନିବେଦନ କରାଯାଇଛି।— ଟିମ୍ ଯୋଗଧାମଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ – “ଯୋଗଧାମ”ଗାନ୍ଧୀନଗର, ୩ୟ ଇଷ୍ଟ ଲେନ୍ ଏକ୍ସଟେନ୍ସନ୍, ବ୍ରହ୍ମପୁର – ୭୬୦୦୦୧

Also Read

Tags