କଳାହାଣ୍ଡି, ଆଦିବାସୀ ପରମ୍ପରା ଅନୁସାରେ ମାଟି,ପାଣି,ପବନ ସହ ଦେବାଦେବୀ ପୂଜାର୍ଚ୍ଚନା ନେଇ ଅନେକ ସ୍ଥାନରେ ଆସ୍ଥା ଓ ବିଶ୍ୱାସ ର ଆଧ୍ୟାତ୍ମିକ ଉପାସନା ଦେଖିବାକୁ ମିଳିଥାଏ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଯେ କୌଣସି କାର୍ଯ୍ୟ ସମ୍ପାଦନ ପୂର୍ବରୁ ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା ଓ ସୁମରଣା ନ କଲେ କୌଣସି କାର୍ଯ୍ୟ ସିଦ୍ଧି ହୁଏନାହିଁ ବୋଳି ମାନ୍ୟତା ରହିଛି। ଆସ୍ଥା ଓ ଦେବାଦେବୀ ପ୍ରତି ରହିଥିବା ସମର୍ପିତ ମନୋଭାବ ହିଁ ଏକ ସୂତ୍ର ରେ ପ୍ରକୃତି ଦେବାଦେବୀ ଙ୍କ ସହ ଆଦିମ ସଂସ୍କୃତି ରେ ବନ୍ଧା। ତାର ଏକ ନିଚ୍ଛକ ପରମ୍ପରା ହେଉଛି କୃଷି ଓ କୃଷକ ଙ୍କ ପାଇଁ ଉପାସନା ର ପର୍ବ ହେଉଛି ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ଡୋଙ୍ଗର ଯାତ୍ରା। କୋକସରା ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗୋତମୁଣ୍ଡା ର ସାହାଜଖୋଲ ଜଙ୍ଗଲ ଅଠର ନାଲା ପାଦଦେଶରେ ଥିବା ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀ ଙ୍କ ପୀଠ ରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ଏହି ଯାତ୍ରା ପରମ୍ପରା ଧରି ପାଳନ ହୋଇ ଆସୁଛି। ଲୋକଶୃତି ଅନୁସାରେ ଦଣ୍ଡପାଟ ଅଞ୍ଚଳ ର ଆରାଧ୍ୟ ଦେବୀ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀ ଙ୍କୁ ରାଜା ରାଜୁଡ଼ା ଅମଳ ରୁ ପୂଜାର୍ଚ୍ଚନା କଲେ ଚାଷବାସ ଭଲ ହେବା ସହ ଏହି ଅଞ୍ଚଳ ର ଲୋକେ ସୁଖଶାନ୍ତି ରେ ବସବାସ କରିବା ନେଇ ମାନ୍ୟତା ରହିଛି, ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ନିକଟରେ ଯାହା ଅଲି କଲେ ତାହା ପୁରଣ ହୋଇଥାଏ ବୋଳି ବିଶ୍ୱାସ ରହିଛି, ସେହି ପରମ୍ପରା କୁ ଆଜି ଯାଏ ପାଳନ କରି ଆସୁଛନ୍ତି ଏହି। ଦେବୀ ପୀଠ ରେ ପୂଜାର୍ଚ୍ଚନା ପରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ଶୁକ୍ଲ ଭୋଗ ସହ ବୋଦା, କୁକୁଡ଼ା, ପାରା ବଳି ଅର୍ପଣ କରି ନିଜର ମାନସିକ ପୂରଣ କରିଥିଲେ। ପଶୁପକ୍ଷୀ ଙ୍କ ରକ୍ତ ରେ ରକ୍ତ ରଞ୍ଜିତ ହୋଇ ପଡ଼ିଥିଲା ଦେବୀ ପୀଠ।
ପଶୁ ବଳି ରେ ରକ୍ତ ରଞ୍ଜିତ ହେଲା ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ଡୋଙ୍ଗର ଯାତ୍ରା





