ରୁବେନ୍ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ; ୧୧୪ ୟୁନିଟ ରକ୍ତ ସଂଗ୍ରହ

Pradeep Kar

ବ୍ରହ୍ମପୁର, ୧୦/୯/୨୬; ଲୋଚପଡା ସ୍ଥିତ ଡମୁରୁ କଲ୍ୟାଣ ମଣ୍ଡପ ଠାରେ ରୁବେନ୍ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଓ ସଂମାନୀୟ ଅତିଥିଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଅର୍ବାନ ବ୍ୟାଙ୍କ ସଭାପତି ଆର.ମୁରଲୀ ମୋହନ, ବରିଷ୍ଠ ଆଇନଜୀବୀ ଶମ୍ବୁ ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ବର୍ଗତ ରୁବେନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଉକ୍ତ ଶିବିରକୁ ଶୁଭରମ୍ଭ କରିଥିଲେ। ଅନ୍ୟମାନଙ୍କ କର୍ପୋରେଟର ଡ଼ି.କରୁଣାକର,ବୁଟୁ ଶତପଥୀ, ଟି କିଶୋର, ତିରୁପତି ପାତ୍ର , ସୁରେନ୍ଦ୍ର ମହାରଣା, କଂଗ୍ରେସ ଯୁବ ନେତା ବିକାଶ ପଶୁପାଳ, ବିଜେପି ଯୁବ ନେତା ଧନଞ୍ଜୟ ରାଓ ସମେତ ବହୁ ଆଇନଜୀବୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ। ଏହି ଶିବିରରେ ୧୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ ଶିବିରକୁ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ସଂଯୋଜନା କରିଥିଲେ। ଏହି ଶିବିରରେ ଅତିଥିମାନଙ୍କ ସମେତ ବହୁ ସାମ୍ବାଦିକ, ସମାଜସେବୀ ଓ ମେଡ଼ିକାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ରକ୍ତ ଦାତା ମାନଙ୍କୁ ପ୍ରମାଣ ପାତ୍ର ବଣ୍ଟନ କରାଯାଇଥିଲା। ରୁବେନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତ ପାଇଁ କାହାର ଜୀବନ ନ ଯାଉ ଏହି ଶିବିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି ଟ୍ରଷ୍ଟ ପକ୍ଷରୁ କାହାଯାଇଥିଲା। ଉକ୍ତ ଶିବିରରେ ରୁବେନ୍ ଚାରି ଟେବୁଲ ଟ୍ରଷ୍ଟର ସଭାପତି ସାଗର ପାଢ଼ୀ,ଉପସଭାପତି ପ୍ରମିତ ରଞ୍ଜନ ମହାପାତ୍ର,ସମ୍ପାଦକ କେ.ଲକ୍ଷ୍ମଣ ରାଓ ଅରଫ ରାଜେନ୍, ସହସମ୍ପାଦକ ଇ.ଶ୍ରୀକାନ୍ତ ଦୋରା ଓରଫ ବିନ୍ଦୁ ,ପରାମର୍ଶଦାତା କେ କ୍ରିଷ୍ଣା ରାଓ ଅରଫ ଅରୁନ ଓ କେ ତରୁନ ରାଓ,କୋଷାଧ୍ୟକ୍ଷଦକ ଅଜିତ ପାତ୍ରଙ୍କ ସମେତ ବାପି ପଣ୍ଡା, ପିଣ୍ଟୁ ଜେନା, କେ ଜଗଦୀଶ ରାଓ, ବାପି ପଣ୍ଡା, ପ୍ରିନ୍ସ କାଳୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Also Read

Tags