ବ୍ରହ୍ମପୁର: ତା ୧୦.୦୯.୨୦୨୬ ରିଖ ସ୍ଥାନୀୟ ଇଂଜିନିରିଂ ସ୍କୁଲ ପରିସରରେ ବ୍ରହ୍ମପୁରର ସାମୁହିକ ବିକାଶକୁ ନେଇ ବ୍ରହ୍ମପୁର ସଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ ବିଭିନ୍ନ ସାମାଜିକ ଗଣ ସଂଗଠନ ମାନଙ୍କ ସହ ମିଳିତ ଆଲୋଚନା ଅନୁଷ୍ଠିତ ହୋଇଥିଲା , ବ୍ରହ୍ମପୁର ସାଂସଦଙ୍କ ବ୍ରହ୍ମପୁରର ସାମଗ୍ରିକ ବିକାଶ ପାଇଁ ଏକ ସକାରାତ୍ମକ ଓ ଦୃଢ଼ ପଦକ୍ଷେପକୁ ନେଇ ସହରର ବହୁ ଗଣସଙ୍ଗଠନର ପ୍ରତିନିଧି, ସାମାଜିକ କର୍ମୀ ମାନେ ସମ୍ବର୍ଦ୍ଧନା ଦେଇଥିଲେ I ବ୍ରହ୍ମପୁରର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଏକ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା ଯାହାକି ବ୍ରହ୍ମପୁର ଷ୍ଟେସନରେ ଏଇର କଂକାଉରସେ(Air Concourse) ଆକାଶପଥ ସଦୃଶ୍ୟ ବିସ୍ତୃତ ଯାତ୍ରୀ ସମାଗମ ଅଂଚଳ, ଷ୍ଟେସନ ମୁଖଶାଳାର ପ୍ରତୀକାତ୍ମକ ଐତିୟ ଡିଜାଇନ, ଗୋପାଳପୁର-ରାୟଗଡା, ଗୋପାଳପୁର- ରେଢ଼ାଖୋଲ ନୂତନ ରେଳପଥ ନିର୍ମାଣ, ପାଳୁରୁ ବନ୍ଦରଠାରୁ ଜନହୀକୁଦା ଉପକୂଳ ରାଜପଥ ସଂଯୋଗୀକରଣ ନିମନ୍ତେ ରାସ୍ତା ନିର୍ମାଣ,ବିମାନବନ୍ଦର, ବ୍ରହ୍ମପୁରରେ ନାଇପର ପ୍ରତିଷ୍ଠା, ଜାତୀୟ ରାଜପଥର ପୂର୍ଣ୍ଣାଙ୍ଗ ବିକାଶ, IT ପାର୍କର ବିକାଶ, ପ୍ରବାସୀଙ୍କୁ ସ୍ଥାନୀୟ ଅଂଚଳରେ ନିଯୁକ୍ତି ପାଇଁ ସମବାୟ ଓ କୃଷି ଭିତ୍ତିକ ଖୁଦ୍ରଶିଳ୍ପ ପ୍ରତିଷ୍ଠା ନିର୍ମାଣ, World Skill Centre, ଅନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ, ବିରଳ ମୃତିକା କଂପ୍ଲେକ୍ସ ଇତ୍ୟାଦି ଓ ଶିକ୍ଷକ ମାନଙ୍କ ବିଭିନ୍ନ ଦାବି ଗୁଡିକ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା, ଏହି ଆଲୋଚନା ଚକ୍ରରେ ଏଥିରେ ବିଭିନ୍ନ ଗଣ ସଂଗଠନର ସଦସ୍ୟଗଣ ତଥା ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ, ପ୍ରଗତିଶୀଳ ଉତ୍କଳ ସମାଜର, ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର, ସୂର୍ଯ୍ୟ ନାରାୟଣ ବେହେରା ଗଂଜାମ ଜିଲ୍ଲା ବିକାଶ ମଞ୍ଚର ଆବାହକ ରାଜେନ୍ଦ୍ର ପଣ୍ଡା , ବିନୋଦ ଠାକୁର, ଦକ୍ଷିଣ ଓଡିଶା ବିକାଶ ପରିଷଦ ଭି.ସୋମେଶ୍ୱର ରାଓ- ଫୋରମ ଫୋର ଗଂଜାମ-ଇ ତେଜେଶ୍ୱର ରାଓ, ଶିକ୍ଷକ ମହାସଂଘର ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, କାମେଶ୍ୱର ମହାରଣା ଅଶୋକ ଦଳେଇ, ଅଭିଭାବକ ମହାସଂଘର ଆବାହକ ମଧୁସୂଦନ ସାହୁ, ବାଳକୃଷ୍ଣ ସାମନ୍ତରାୟ, ପ୍ରବୀଣ ପଟ୍ଟନାୟକ କେରଦାନାଥ ପଣ୍ଡା, ରେବତୀ ମୋହନ ରାଉତ, ବ୍ରାହ୍ମଣ ମହାସଂଘର ଦେବୀ ପ୍ରସାଦ ପIଢି, ପ୍ରକାଶ ଚନ୍ଦ୍ର ଭଜାଣି, ଦକ୍ଷିଣ ଓଡିଶା ଛାତ୍ର ସଂଗଠନର ଆବାହକ ନରସିଂହ ନୀଳମାଧଵ ପାତ୍ର, ଭାଗବତ ଚାରିଟାଵଲେ ଟ୍ରଷ୍ଟ ର ମୁଖ୍ୟ ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ପାଢ଼ୀ, ସାମାଜିକ କର୍ମୀ, ଅଂଶୁମାନ ପଟ୍ଟନାୟକ, ଲାକ୍ସସମୀ ନାରାୟଣ ପାଢ଼ୀ, ମୀର ଜାଭେଦ ବେଗ, ସୁରେନ୍ଦ୍ର ନାଥ ରାଉତ, ବାସୁଦେବ ବିଷୋୟୀ, ଦେବଦତ୍ତ ଦେଓ, ମହେଶ୍ୱର ବଡ଼ତୟI, ନରେଶ ଚନ୍ଦ୍ର ମIଳି ଏବଂ ବହୁ ଗଣ ସଂଗଠନର କାର୍ଯ୍ୟକର୍ତା ମାନେ ଯୋଗଦେଇଥିଲେI
ବ୍ରହ୍ମପୁରର ସାମୁହିକ ବିକାଶକୁ ନେଇ ବ୍ରହ୍ମପୁର ସଂସଦଙ୍କ ସହ ବିଭିନ୍ନ ସାମାଜିକ ଗଣ ସଂଗଠନ ମାନଙ୍କ ସହ ମିଳିତ ଆଲୋଚନା





