କବି ସୁଶାନ୍ତ ଦାଶଙ୍କ କବିତା ସଂକଳନ ‘ସ୍ବପ୍ନ ଦେଖିବା ମନା’ ଉନ୍ମୋଚିତ

Pradeep Kar

ବ୍ରହ୍ମପୁର/୧୧. ୯ : ସ୍ଥାନୀୟ ବାବାଜି ତୋଟା ସାହି ସ୍ଥିତ ହୋଟେଲ ଜେ.ବି. ପ୍ରାଙ୍ଗଣର ସମ୍ମିଳନୀ କକ୍ଷରେ ଏକ ଭବ୍ୟକାର୍ଯ୍ୟକ୍ରମରେ କବି ସୁଶାନ୍ତ ଦାଶଙ୍କ ଦଶମ କବିତା ସଂକଳନ ‘ସ୍ବପ୍ନ ଦେଖିବା ମନା ‘ଉନ୍ମୋଚିତ ହୋଇଯାଇଛି l ମେୟର ତଥା କବି ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ସୁଶାନ୍ତ ଦାଶଙ୍କ କବିତା ସବୁବେଳେ ଉଚ୍ଚକୋଟିର ଓ ସରଳ, ତାଙ୍କରି କବିତା ସଂକଳନ ‘ସ୍ବପ୍ନ ଦେଖିବା ମନା ‘ ପାଠକ ପ୍ରିୟ ହୋଇପାରିବ ବୋଲି ସେ ଦର୍ଶାଇଥିଲେ l ଓଡିଶାର ବିଶିଷ୍ଟ କବି ଡ଼. ଅପର୍ଣ୍ଣା ମହାନ୍ତି ଯୋଗଦେଇ ପ୍ରତେକ କବି ସ୍ବପ୍ନମୟ ଜୀବନ ବିତେଇବା ଉଚିତ, କିଂତୁ ମଣିଷ ଏମିତି ସ୍ବପ୍ନଦେଖିବା ଉଚିତ ଯାହା ସାକାର ହେବାର ସମ୍ଭାବନା ଥାଏ ବୋଲି ଡ଼. ମହାନ୍ତି କହିଥିଲେ l ଏଥିସହ ସମ୍ମାନିତ ଅତିଥି ଭାବେ ଇଂ ଯାମିନୀକାନ୍ତ ଦାସ, ଡାକ୍ତର ସରୋଜ କୁମାର ମିଶ୍ର ଯୋଗଦେଇଥିଲା ବେଳେ ନଷ୍ଟକବି ସରୋଜ ସାହୁ, ନିହାରିକା ସାହୁ, ଅଜିତ କୁମାର ସାବତ ଆଲୋଚକ ଭାବେ ଯୋଗଦେଇ କବିତା ବହି ‘ ସ୍ବପ୍ନ ଦେଖିବା ମନା’ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ବରିଷ୍ଠ ଲେଖିକା ଭାଗ୍ୟଲଷ୍ମୀ ମହାରଣାଙ୍କ ଉଦଘାଟନ କରିଥିବା ଏହି କାର୍ଯ୍ୟକ୍ରମରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଶ୍ରୀମତୀ ମିନତା ମହାନ୍ତି, ଦୀପ୍ତିମିତା ମହାପାତ୍ର, ସ୍ଥିତାପ୍ରଜ୍ଞା ହୋତା ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁଶ୍ରୀ ସୁଚେତା ପାଣିଗ୍ରାହୀ, ଜୟଶ୍ରୀ ପଟନାୟକ କବିତା ସଂଯୋଜନା କରିଥିଲେ l ଏହି ଆସରରେ ବହୁ କବି କବିତା ପାଠ କରିଥିଲେ l କବି ପ୍ରଫୁଲ ତ୍ରିପାଠୀ, ସ୍ମୃତିଶ୍ଵେତା ଜେନା, ସତ୍ୟମ ଆଚାରୀ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ l କବି ସୁଶାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags