ୟୁ ଏଫ୍ ବି ୟୁ ର ଆହ୍ବାନ କ୍ରମେ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ କର୍ମଚାରୀ ଙ୍କ ଦିନିକିଆ ଧର୍ମଘଟ

Pradeep Kar

ବ୍ରହ୍ମପୁର/ 11.09.26 ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଙ୍ଘ ୟୁ ଏଫ୍ ବି ୟୁ ର ଆହ୍ବାନ କ୍ରମେ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ କର୍ମଚାରୀ ତଥା ଅଧିକାରୀ ଙ୍କ ମିଳିତ ଦିନିକିଆ ଧର୍ମଘଟ ଆଜି ବ୍ରହ୍ମପୁର ତଥା ସର୍ବ ଭାରତୀୟ ସ୍ତରରେ ପାଳନ କରା ଯାଇଛି। ଆଜି ବ୍ରହ୍ମପୁର ସହର ର ଷ୍ଟେଟ୍ ବ୍ୟାଙ୍କ ର ସମସ୍ତ ଶାଖା ଓ ଅନ୍ୟ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ ରହିଛି। ଏ ଆନ୍ଦୋଳନ ମୁଖ୍ୟତଃ ଦୁଇଟି ଦାବି ସର୍ବସମ୍ମତ ପିଏଲ୍ଆଇ ଓ ପାଞ୍ଚ ଦିନିଆ ସପ୍ତାହ କୁ ନେଇ କରା ଯାଉଛି। ସଙ୍ଗ କର୍ମକର୍ତ୍ତା ଙ୍କ କହିବା କଥା ଦ୍ୱାଦଶ ଚୁକ୍ତିନାମା ଆଲୋଚନା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଉଭୟ ଦାବି ମାନି ନେଇ ବୁଝାବଣା ହେଇଥିଲା। ଦୀର୍ଘ ଦୁଇବର୍ଷ ସରି ଯାଇଥିଲେବି ଉଭୟ ବୁଝାବଣା କାର୍ଯ୍ୟକାରୀ ହେଉନାହିଁ। ବ୍ୟାଙ୍କ କର୍ତ୍ତୃପକ୍ଷ ଚୁକ୍ତିନାମା ଦସ୍ତଖତ କରିବା ସତ୍ୱେ ଏବେ ସରକାରୀ ମଞ୍ଜୁରୀ ନାଁରେ ତାକୁ ଗଡେଇ ଗଡେଇ ନେଉଛନ୍ତି। ତେଣୁ କର୍ମଚାରୀ ଓ ଅଧିକାରୀ ଉଭୟେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଦି କର୍ତ୍ତୃପକ୍ଷ ଦାବି ନ ମାନନ୍ତି , ଆଗାମୀ ଦିନ ରେ ସମ୍ପୂର୍ଣ୍ଣ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ହେବ ଓ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ବ୍ୟାଘ୍ୟାତ ହେବ। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସରକାର ଦାୟୀ ରହିବେ। ୟୁନିଅନ ନେତୃତ୍ୱ ସମସ୍ତ ସଭ୍ୟ ଏଥିରେ ଭାଗ ନେଇ ଆନ୍ଦୋଳନ କୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନ ପାଇଁ ଏକତା ବଜାୟ ରଖିବା କୁ ଆହ୍ବାନ ଦେଇଛନ୍ତି। ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଙ୍ଘ ଜୋନାଲ ସେକ୍ରେଟାରୀ କମ୍ରେଡ ସନାତନ ବେହେରା,କୋଷାଧକ୍ଷ କମ୍ରେଡ ଶିଶିର ଦାଶ, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଙ୍ଘର ଏ ଜି ଏସ କମ୍ରେଡ ଅମିୟ ରଞ୍ଜନ ଦାଶ, ରିଜିନାଲ ସେକ୍ରେଟାରୀ କମ୍ରେଡ କେ ଶଙ୍କର ଦୋରା, ଜୋନାଲ ସେକ୍ରେଟାରୀ କମ୍ରେଡ Y ପୂର୍ଣ୍ଣ ଚନ୍ଦ୍ର ରାଓ, ଅର୍ଗାନିଜିଙ୍ଗ ସେକ୍ରେଟାରୀ କମ୍ରେଡ N ସୁଭାଷିନୀ ରେଡ୍ଡୀ, ଏ ପୁଷ୍ପାଞ୍ଜଳି ପ୍ରମୁଖ ଭୂମିକା ରେ ଯୋଗ ଦେଇଥିଲେ। ପୂର୍ବ ନେତୃବୃନ୍ଦ ସର୍ବଶ୍ରୀ ଦେବରାଜ ପାଣିଗ୍ରାହୀ, କୃଷ୍ଟଚନ୍ଦ୍ର ପାଢ଼ୀ ଓ ସୋମନାଥ ନନ୍ଦ ପ୍ରମୁଖ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ମଣ୍ଡଳ ସମ୍ପାଦକ ଭାସ୍କର ପ୍ରଧାନ ଙ୍କ ନେତୃତ୍ୱ ରେ ପରିଚାଳିତ ହୋଇଥିଲା।

Also Read

Tags