ବ୍ରହ୍ମପୁରରୁ ବାରାଣସୀ-ଅଯୋଧ୍ୟା ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ

Pradeep Kar

ବ୍ରହ୍ମପୁର, ୧୧ ସେପ୍ଟେମ୍ବର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ବ୍ରହ୍ମପୁର ରେଳ ଷ୍ଟେସନଠାରୁ ବାରାଣସୀ-ଅଯୋଧ୍ୟା ଅଭିମୁଖୀ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ ହୋଇଛି। ବ୍ରହ୍ମପୁର ରେଳ ଷ୍ଟେସନଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନୀଲ କୁମାର, ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ମାନ୍ୟବର ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଧ୍ୟାନ ସାମନ୍ତରା, ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରା ଟ୍ରେନ୍‌ଟିକୁ ବାରାଣସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ପବିତ୍ର ତୀର୍ଥକ୍ଷେତ୍ର ପରିଦର୍ଶନର ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କୁ ଏକ ସୁବିଧାଜନକ ଓ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

Also Read

Tags