ବ୍ରହ୍ମପୁର – ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ କୋର କମିଟି ବୈଠକ ବ୍ରଜନଗର ସ୍ଥିତ କମିଟି ସଭାପତି ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଅଛି ଏହି ବୈଠକରେ ନିମ୍ନଲିଖିତ କାର୍ଯ୍ୟସୂଚୀ ଉପରେ ଆଲୋଚନା ହୋଇଥିଲା ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଉଭୟ ମହାନ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନ ଓ ଶାସ୍ତ୍ରୀଜୀଙ୍କ ଜୟ ଜୱାନ ଜୟ କିସାନ ଜୟ ଇନସାନ ନାରାକୁ ନେଇ ବାହାନା ନାଳ ସଫେଇ , ପୁନରୁଦ୍ଧାର, ପୁନର୍ନିମାଣ ଅଭିଯାନକୁ କିପରି ଆଗକୁ ନିଆଯିବ ସେ ନେଇ ସଂକଳ୍ପ ପାରିତ କରାଗଲା ସାଂଗଠନିକ ସମୀକ୍ଷା , ସହର ତଳି ଅଞ୍ଚଳ ମିଶ୍ରଣ ନେଇ ଚାଲିଥିବା ପ୍ରସାଶନିକ ସ୍ତରରେ କାର୍ଯ୍ଯକ୍ରମ ଓ ବାହାନା ନାଳ ରିନୋଭେସନ ତଥା ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବି ପତ୍ରର ସ୍ଥିତି, ଗଣମାଧ୍ୟମରେ ଏହାର ପ୍ରଭାବ ଓ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା ହେଇଥିଲ। ୧୪ କି.ମି ବାହାନା ନାଳକୁ ବନ୍ୟାମୁକ୍ତ ଓ ରିଙ୍ଗ ରୋଡ୍ କରିବା ଦାବିକୁ କିପରି ଗାଁ ଗାଁରେ ପହଞ୍ଚାଇବା ସେ ନେଇ ଯୋଜନା ହେବ। ସେହିପରି ଆଗାମୀ ଦିନରେ ପ୍ରସ୍ତାବିତ ଶକ୍ତିନଗରର ମେଗା ପଞ୍ଚାୟତ ସ୍ତରୀୟ ବୈଠକର ପ୍ରସ୍ତୁତି ନେଇ ଆଲୋଚନା କରାଯାଇ ଏଥି ନିମନ୍ତେ ଦାୟିତ୍ୱ ବଣ୍ଟା ଯାଇଥିଲା । ଆସନ୍ତା ଦିନରେ ଶକ୍ତିନଗର ଠାରେ ହେବାକୁ ଥିବା ତୃତୀୟ ପଞ୍ଚାୟତ ସ୍ତରୀୟ ବୃହତ ଜନସଭାର ରୂପରେଖ ପ୍ରସ୍ତୁତ କରାଯାଇଥିଲା। କେଉଁ କେଉଁ ଅଞ୍ଚଳରୁ କେତେ ଲୋକ ଆସିବେ, ପ୍ରଚାର ପ୍ରସାର, ମଞ୍ଚ ଓ ନିମନ୍ତ୍ରଣ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଆଜିର ବୈଠକରେ ସଭାପତିଙ୍କ ବ୍ୟତିତ ଉପସଭାପତି ଦେବୀ ପ୍ରସାଦ ଦାସ, କୋଷାଧକ୍ଷ ଏମ୍ ଲାବଣ୍ୟ ପାତ୍ର,କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଉପ ସଂଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, ସହ ସଂଗଠନ ସମ୍ପାଦକ ସନ୍ତୋଷ ସାହୁ, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ, ସଂଗଠନ ସମ୍ପାଦକ ଲକ୍ଷ୍ମୀ କାନ୍ତ ଜେନା , ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର ଉପଦେଷ୍ଟା ପ୍ରବୀଣ କୁମାର ପଟ୍ଟନାୟକ, ଯୋଗୀନ୍ଦ୍ର ବକ୍ସି, ଜ୍ୟୋତି ରଞ୍ଜନ ସାହୁ ଓ ପ୍ରଶାନ୍ତ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।




