କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ୬ ଅକ୍ଟୋବର ଠାରୁ ଆରମ୍ଭ ହେବ

Pradeep Kar

ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବାକୁ ଇଚ୍ଛୁକ ମହିଳା ହବିଷ୍ୟାଳିଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ। ଚଳିତ ବର୍ଷ ସମଗ୍ର ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯିବ। ପ୍ରଶାସନ ପକ୍ଷରୁ ୨,୫୦୦ ଜଣ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ବ୍ରତ ପାଳନ ସମୟରେ ମାଗଣା ରହଣି, ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଏବଂ ମାଗଣା ମହାପ୍ରସାଦ ଯୋଗାଇ ଦିଆଯିବ। ଇଚ୍ଛୁକ ମହିଳାମାନେ ନିଜର ବ୍ୟକ୍ତିଗତ ତଥ୍ୟ ଓ ପରିଚୟ ପ୍ରମାଣପତ୍ର ଦାଖଲ କରି ଓଡ଼ିଶା ସରକାରଙ୍କ ଅଧିକୃତ ପୋର୍ଟାଲ edistrict.odisha.gov.in ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ।

Also Read

Tags