ଘରୋଇ ବିଦ୍ୟାଳୟ ଗୁଡିକୁ ବିଭିନ୍ନ ସମୟରେ ଯାଞ୍ଚ୍ ହେବା ଆବଶ୍ୟକ ହୋଷ୍ଟେଲରେ ଦୂଷିତ ପାଣି ପିଇବା ଯୋଗୁଁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି, ଏନେଇ ସାମ୍ବାଦିକ ସମ୍ମିଳନୀରେ କିଛି ଦିନ ତଳେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ହୋଷ୍ଟେଲ ଦୂଷିତ ପାଣି ଯୋଗୁଁ ଗୋଟେ ନିରୀହ ଛାତ୍ରର ମୃତ୍ୟୁ ଘଟିଛି । କେବଳ ନୀଳକଣ୍ଠ ନଗର ବିଦ୍ୟାଳୟ କାହିଁକି ସବୁ ବିଦ୍ୟାଳୟ ସମେତ, ସବୁ ଅନୁଷ୍ଠାନ ଗୁଡ଼ିକ ପାଇଁ ପ୍ରଶାସନ, ପୋଲିସ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରିବାର ଆବଶ୍ୟକ ରହିଛି । କାରଣ ବହୁ ପିଲା ମାନଙ୍କ ଜୀବନ ବାଜି ଲାଗୁଛି। ନ ହେଲେ ବହୁ ନିରୀହ ଅଭିଭାବକ ନିଜ ଛୁଆଙ୍କୁ ହରାଇବେ। ବିଦ୍ୟାଳୟରେ, ପିଲାଙ୍କ ଗାଧୁଆ ଘର, ପାଇଖାନା ଘର, ଖାଦ୍ୟର ଗୁଣବତ୍ତା, ଯିବା ଆସିବା ପାଇଁ, ବ୍ୟବହୃତ ହେଉଥିବା ବିଭିନ୍ନ ଗାଡ଼ି, ଅଗ୍ନୀ ନିରାପତ୍ତା, ସହିତ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ଯାଞ୍ଚ୍ ହେବା ଆବଶ୍ୟକ ତା ରହିଛି,ପାଣି କମ୍ ହେତୁ ୟୁରିନ ଇନ୍ଫେକ୍ସନ, ହେଉଥିବାର ନଜିର ରହିଛି,ତେଣୁ ଉପଯୁକ୍ତ ତଦନ୍ତ ସହିତ ସମସ୍ତ ଘରୋଇ ବିଦ୍ୟାଳୟ ଗୁଡିକୁ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ଗୁଣବତ୍ତା ଯାଞ୍ଚ ହେବା ଆବଶ୍ୟକ ରହିଛି। ହଷ୍ଟେଲ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି, ଯାହା ଗୋଟେ ପରିବାର ଘର ଭଡ଼ା ନେଇ ସେତିକିରେ ବ୍ରହ୍ମପୁର ମହାନଗର ଭଳି ସହରରେ ରହିପାରିବେ, ଏସବୁକୁ ଦୃଷ୍ଟିରେ ରଖି, ବିଭିନ୍ନ, ବିଭାଗୀୟ ଅଧିକାରୀ ଉଚିତ୍ ଷ୍ଟେପ ନେବେ ବୋଲି ପିଲାଙ୍କ ବାପା ମାଆ, ଆଶା ବାନ୍ଧିଛନ୍ତି, ହେଲେ ଯାଇକି ଛାତ୍ରଛାତ୍ରୀ ଙ୍କ ଜୀବନ ସହିତ ଖେଳିବା ବନ୍ଦ ହେବ ଏଵଂ ବର୍ଷକୁ କୋଟି କୋଟି ଲୁଟିବାର ରାସ୍ତା ବନ୍ଦ ହେବ ବୋଲି ଜନସାଧାରଣ, ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l




