କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରେ ମୋଟ ୭୩ ଜଣ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର (ସି ଆର୍ ସି ସି) ୩ଅକ୍ଟୋବର ୨୦୨୬ରେ ଯୋଗଦାନ ଯୋଗଦାନ କରିଥିବା ଜଣାପଡ଼ିଛି। ଏହା ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଏକାଡେମିକ୍ ସହାୟତା ଓ ଶିକ୍ଷାଗତ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସି ଆର ସି ସି ଚୟନ ଓ ଯୋଗଦାନ ପ୍ରକ୍ରିୟାକୁ ଶିକ୍ଷକ ଓ ଶିକ୍ଷା ସହ ଜଡ଼ିତ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଏହି ପ୍ରକ୍ରିୟାକୁ ଆଗେଇ ନେବା ଏବଂ ନିଯୁକ୍ତି ଓ ଯୋଗଦାନ ପ୍ରକ୍ରିୟା ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ , କଳାହାଣ୍ଡି ଏବଂ ଶିକ୍ଷା ବିଭାଗଙ୍କ ପଦକ୍ଷେପକୁ ଶିକ୍ଷକ ଓ ଶିକ୍ଷାପ୍ରେମୀମାନେ ପ୍ରଶଂସା କରିଛନ୍ତି। ନୂତନ ଭାବେ ଯୋଗଦାନ କରୁଥିବା ସି ଆର୍ ସି ସି ମାନେ ଶିକ୍ଷକମାନଙ୍କୁ ଏକାଡେମିକ୍ ସହାୟତା ପ୍ରଦାନ, ବିଦ୍ୟାଳୟର ଶିକ୍ଷାଗତ କାର୍ଯ୍ୟକଳାପ ତଦାରଖ, ଶିକ୍ଷକ ପ୍ରଶିକ୍ଷଣରେ ସହଯୋଗ ଏବଂ ବିଭିନ୍ନ ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି। ଏହି ପ୍ରକ୍ରିୟା ସମୟରେ ଅନିୟମିତତା ସମ୍ପର୍କରେ କିଛି ଅଭିଯୋଗ ଓ ସାର୍ବଜନୀନ ଆଲୋଚନା ମଧ୍ୟ ହୋଇଥିଲା। ଏହି ଗୁଜବ କୁ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ଏହା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଓ କେତେକ ସି ଆର ସି ସି ଆଶାୟୀ ତଥା ପୂର୍ବତନ ସି ଆର୍ ସି ସି ଙ୍କ ଦ୍ଵାରା ପରୀକ୍ଷା ପରିଚାଳିତ କରୁଥିବା ଡି ଆଇ ଟି ଓ ଜିଲ୍ଳା ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟଳୟ ବିରୋଧ ରେ ମିଥ୍ୟା ପ୍ରଚାର ବୋଳି ସ୍ପଷ୍ଟ କରାଯାଇଛି ! ପ୍ରକ୍ରିୟା ସମ୍ପନ୍ନ ହେବା ପରେ ନୂତନ ସି ଆର ସି ସି ମାନେ ନିଜର ଏକାଡେମିକ୍ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। କଳାହାଣ୍ଡି ଜିଲ୍ଲାର ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ନୂତନ ସି ଆର ସି ସି ମାନେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ଶିକ୍ଷକ ଓ ଶିକ୍ଷା ସହ ଜଡ଼ିତ ମହଲ ଆଶା ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରେ ମୋଟ ୭୩ ଜଣ (ସି ଆର୍ ସି ସି) ରେ ଯୋଗଦାନ





