ବ୍ରହ୍ମପୁର, ୦୩/୧୦ ପିତୃ ପକ୍ଷ ଶ୍ରାଦ୍ଧ ଉପଲକ୍ଷେ ବ୍ରହ୍ମପୁର ଗୋସାଇଁନୂଆଗାଁ ସ୍ଥିତ ଜଗନ୍ନାଥ ମନ୍ଦିରରେ ହଜାର ହଜାର ଜନସାଧାରଣ ଙ୍କ ଭିଡ଼ ହୋଇଥିଲା । ଏଠାରେ ପିତୃ ପୁରୁଷଙ୍କ ପିଣ୍ଡ ଦାନ ସହ ଶ୍ରାଦ୍ଧ କରାଯାଉଛି । ଜନସାଧାରଣଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ମୁଖ୍ୟ ପରିଚାଳକ ପଞ୍ଚାନନ ଚୌଧୁରୀ ସୂଚନା ଦେଇଛନ୍ତି। ପୂଜକଙ୍କ ଉପସ୍ଥିତିରେ ଯଥାରୀତି ନିୟମ ଅନୁଯାୟୀ ହଜାର ହଜାର ଜନସାଧାରଣ ଏଠାରେ ଏପରି ପିଣ୍ଡଦାନ କରୁଛନ୍ତି । ପୋଲରୀ ଅମାବାସ୍ୟା ପର୍ଯ୍ୟନ୍ତ ଏପରି ପିଣ୍ଡଦାନ କରାଯିବ ବୋଲି ସୂଚନା ମିଳିଛି ।
ପିତୃପକ୍ଷ ଶ୍ରାଦ୍ଧ ଉପଲକ୍ଷେ ପ୍ରବଳ ଭିଡ





