ଖଲ୍ଲିକୋଟରେ ବରିଷ୍ଠ ନାଗରିକ ଦିବସ ପାଳିତ

Pradeep Kar

ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବରିଷ୍ଠ ନାଗରିକ ମାନେ ପଦଯାତ୍ରାରେ ବାହାରି ନଗର ପରିକ୍ରମା କରି ନିଜର କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଏନଏସି ନିର୍ବାହୀ ଅଧିକାରୀ ସନ୍ଦୀପ ଖାଡ଼ଙ୍ଗା ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ସଦସ୍ୟ ମାନେ ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ୮୪ ବର୍ଷ ରୁ ଉର୍ଦ୍ଧ ବୟସ୍କ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ, ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀନିବାସ ପ୍ରଧାନ ଓ ଅଭିରାମ ମହାପାତ୍ର ଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା। ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଡାକ୍ତର ହରପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଖଲ୍ଲିକୋଟ ବ୍ଲକ ସଭାଗୃହରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କେ ନାଗେଶଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକ ମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା ଓ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Also Read

Tags