ପାଞ୍ଚ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ

Pradeep Kar

ଖଲ୍ଲିକୋଟ :ଗଞ୍ଜାମ ବ୍ଳକ ଅନ୍ତର୍ଗତ ‘ ଗଜପତି ନଗର ‘ ପ୍ରାଥମିକ ବିଦ୍ୟାଳୟ ଠାରେ ପାଞ୍ଚଜଣ ବରପୁତ୍ର ଯଥା :- ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସମ୍ବିଧାନ ପ୍ରଣେତା ଡ଼.ଭୀମରାଓ ରାମଜୀ ଆମ୍ବେଦକର, ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ନିମନ୍ତେ ଆୟୋଜିତ ସଭାରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ସୁନୀଲ କୁମାର କେରେକେଟା ଯୋଗ ଦେଇଥିଲାବେଳେ, ମୁଖ୍ୟବକ୍ତା ରୂପେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ ମଞ୍ଚାସୀନ ଥିଲେ। ଶ୍ରୀ ଯୁଧିଷ୍ଟିର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ, ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ପାତ୍ର, ଡ଼.ଏ.ପି.ଜେ.ଅବଦୁଲ୍ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ, ଖଲ୍ଲିକୋଟ ର ସଭାପତି ଶ୍ରୀ ପୁର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ଶ୍ରୀ ପଞ୍ଚାନନ ସୁର , ଗଞ୍ଜାମ ଜିଲ୍ଲା ଦଳିତ ସାହିତ୍ୟ ଏକାଡେମୀ ର ସଭାପତି ଶ୍ରୀ ବଂଶୀଧର ସେଠୀ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଶ୍ରୀ ବିଜୟ ବିଶ୍ଵାଳ, ଉତ୍କଳ ସ୍ଵାଭିମାନ ମଞ୍ଚର ସମ୍ପାଦକ,ଶ୍ରୀ ପ୍ରଭାକର ତ୍ରିପାଠୀ, ସଦସ୍ୟ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା, ଶ୍ରୀ ରାମଚନ୍ଦ୍ର ପୃଷ୍ଟି, ଶ୍ରୀରାଧାକାନ୍ତ ଦାଶ, ଗଜପତି ନଗରର ସଭାପତି ଡ଼.ବ୍ରଜବନ୍ଧୁ ବେହେରା, ପାଲୁରୁ ସରପଞ୍ଚ,ଶ୍ରୀମତୀ ସନ୍ତୋଷିନୀ ବେହେରା, ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ନାହାକ ,ଏମ.ଇ.ସ୍କୁଲ ସଭାପତି ଶ୍ରୀ ଟୁକୁ ବେହେରା, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଧନୁର୍ଦ୍ଧର ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ତିନୋଟି ଅଙ୍ଗନବାଡିର କର୍ମୀ ଓ ସହାୟିକା, ପୂର୍ବତନ ଛାତ୍ରଛାତ୍ରୀ , ବିଦ୍ୟାଳୟ ର ପରିଚାଳନା କମିଟି , ଗ୍ରାମବାସୀ ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ । ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ଛଅ ଜଣ ପ୍ରତିଭାଧର,ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ସେମାନେ ହେଲେ ଅବସର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଉମାଚରଣ ବିଶ୍ଵାଳ, ବିଶିଷ୍ଟ ସମାଜସେବୀ ଶ୍ରୀ ଡମ୍ବରୁଧର ବେହେରା, ଉଦିୟମାନ କଣ୍ଠଶିଳ୍ପୀ ଶ୍ରୀ ଗଣେଶ ପଟ୍ଟନାୟକ, ବିଶିଷ୍ଟ ଚିତ୍ରକାର ଶ୍ରୀ ସନ୍ତୋଷ କୁମାର ବେହେରା, ଯୁବ ସାହିତ୍ୟିକା ସୁଶ୍ରୀ ତପସ୍ଵିନୀ ବେହେରା ଓ କୃତ୍ତି ବିଦ୍ୟାର୍ଥୀ ସୁଶ୍ରୀ ବିନୋଦିନୀ ପ୍ରଧାନ। ପ୍ରକାଶ ଥାଉକି ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତି ଗୁଡିକ, ବିଭିନ୍ନ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷ ଙ୍କ ଠାରୁ ପ୍ରାପ୍ତ ହୋଇଥିଲା । ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତି କୁ ଦୈନିକ ସମ୍ବାଦପତ୍ର ସମାଜ ର ପ୍ରକାଶକ ତଥା ମୁଦ୍ରାକର ଶ୍ରୀ ରାଜେନ୍ଦ୍ର କୁମାର ଜେନା ଙ୍କ ସହଯୋଗ ରେ ପ୍ରାପ୍ତ ହୋଇଥିଲା ବେଳେ, ଡ଼.ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ,ଖଲ୍ଲିକୋଟ ଓ ପୂର୍ବତନ ଛାତ୍ରଛାତ୍ରୀ ଙ୍କ ଠାରୁ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତ ପ୍ରାପ୍ତ ହୋଇଥିଲା ।‌ ସେହିପରି ଉତ୍କଳ ସ୍ଵାଭିମାନ ମଞ୍ଚର କର୍ମକର୍ତ୍ତା ମାନେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଆଣିଥିଲେ ‌।‌ ଶ୍ରୀ ରାମଚନ୍ଦ୍ର ପୃଷ୍ଟି ଙ୍କ ଦ୍ଵାରା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ପ୍ରତିମୂର୍ତ୍ତି ପ୍ରାପ୍ତ ହୋଇ ସ୍ଥାପିତ ହୋଇଛି । କାର୍ଯ୍ୟକ୍ରମ ଟିକୁ ଶିକ୍ଷକ ଶ୍ରୀ ବିଷ୍ଣୁ ବେହେରା ସୁନ୍ଦର ପରିଚାଳନା କରିଥିଲେ । ସୁନ୍ଦର କାର୍ଯ୍ୟକ୍ରମ କୁ ଗ୍ରାମର ଆବାଳ ବୃଦ୍ଧ ବନିତା ସହଯୋଗ କରିଥିଲେ। ଶେଷରେ ଡ଼. ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟ ର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ସମସ୍ତଙ୍କୁ ଭୁୟସି ପ୍ରଶଂସା କରିଥିଲେ ।

Also Read

Tags