ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ I ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ନୂଆ ଉତ୍ସାହ

Pradeep Kar

ବ୍ରହ୍ମପୁର, ୫/୧୦ : ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କର ଯେଉଁ ଦାବୀ ରହିଆସିଥିଲା, ଆଜି ତାହା ସାକାର ହୋଇଛି । ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ପୁନଃସ୍ଥାପିତ କରିବା ଦିଗରେ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଏକ ଐତିହାସିକ ପଦକ୍ଷେପ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରି ଛାତ୍ରଛାତ୍ରୀଙ୍କୁ ପୁନର୍ବାର ନିଜ ମତ ଓ ନେତୃତ୍ୱ ବାଛିବାର ଅଧିକାର ପ୍ରଦାନ କରିଛନ୍ତି । ଏହି ଐତିହାସିକ ନିଷ୍ପତ୍ତି ପାଇଁ ଲିଙ୍ଗରାଜ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Also Read

Tags