ଉମରକୋଟର ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ

Pradeep Kar

ନବରଙ୍ଗପୁର ଜିଲ୍ଲା ଉମରକୋଟ Pendrani ମହାବିଦ୍ୟାଳୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗାନ୍ଧୀଜୀ ସ୍ୱଚ୍ଛତାକୁ ସର୍ବଦା ଗୁରୁତ୍ୱ ଦେଉଥିଲେ। ତାଙ୍କର ଏହି ଆଦର୍ଶକୁ ଅନୁସରଣ କରି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଆୟୋଜିତ ହୋଇଥିଲା ଏକ ସ୍ୱଚ୍ଛତା ଅଭିଯାନ। Pendrani ମହାବିଦ୍ୟାଳୟ ପରିସରରୁ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇ ସହରର DNK ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ମନ୍ତ୍ରୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀ ମଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମ ରେ ବିଜେପି କର୍ମୀ ସହିତ ଛାତ୍ର ଛାତ୍ରୀ ଜନସାଧାରଣ ଯୋଗଦେଇଥିଲେ।

Also Read

Tags