ବ୍ରହ୍ମପୁର, ୬/୧୦ : “ସେବା ହିଁ ପରମ ଧର୍ମ”ର ମହାନମନ୍ତ୍ରକୁ ପାଥେୟ କରି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଜନସେବା ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗତ ସେପ୍ଟେମ୍ବର ୧୭ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା “ସେବା ସଂକଳ୍ପ ଅଭିଯାନ – ୨୦୨୬” ଜାରି ରହିଛି ।ଏହି ଅବସରରେ ମଙ୍ଗଳବାର ୩୭ ନମ୍ୱର୍ ୱାର୍ଡ ଅନ୍ତର୍ଗତ ଲାଞ୍ଜିପଲ୍ଲି କାଞ୍ଜିଆମ୍ମା ମନ୍ଦିର ନିକଟରେ ବିଜେପି କର୍ପୋରେଟର୍ ବନିତା ସାହୁଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର” ଆୟୋଜିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟି ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । “ସେବା ହିଁ ସଂକଳ୍ପ ଏବଂ ବିକାଶ ହିଁ ଲକ୍ଷ” କୁ ଆଧାର କରି ବିକଶିତ ଭାରତ ନିର୍ମାଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି ବୋଲି ଏଠାରେ କର୍ପୋରେଟର୍ ସାହୁ କହିଥିଲେ । ଇକୋସ ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ସର୍ବମୋଟ ୬୨ ଜଣକ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ୬ଜଣଙ୍କ ମାଗଣାରେ ମୋତିଆ ବିନ୍ଦୁ ଅପରେସନ ହେବା ଲାଗି ଚିହ୍ନଟ କରାଯାଇଥିଲା । ସଂତୋଷ ସାବତ,କୁମାର୍ ମାରାଣ୍ଡି ଲତିକା ପ୍ରଧାନ,ଶ୍ରୁତି ସାହୁ, ଶୁଶାନ୍ତ ପଟ୍ଟନାୟକ ଓ ହେମନ୍ତ କୁମାର୍ ସିଂହ ପ୍ରମୁଖ ସହଯୋଗ କରିଥିଲେ ।
“ସେବାସଂକଳ୍ପ ଅଭିଯାନ” ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର





