ଭୁବନେଶ୍ୱର, ୬ ଅକ୍ଟୋବର ୨୦୨୬ : ସ୍ମୃତି କଳାପରିଷଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ସ୍ମୃତି ଛାୟା ଜାତୀୟ ନୃତ୍ୟୋତ୍ସବ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା, ଯେଉଁଥିରେ ଡ଼ ମନୋଜ କୁମାର ବେହେରା ଙ୍କ ସ୍ୱାଗତ ଅଭିଭାଷଣ ଏବଂ ସମ୍ମାନନୀୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରିଥିଲେ ସେମାନେ ହେଲେ ଓଡ଼ିଶୀ ନୃତ୍ୟ ବିଶେଷଜ୍ଞ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମିନାକ୍ଷୀ ବେହେରା , ଓଡ଼ିଶୀ ନୃତ୍ୟ ବିଶେଷଜ୍ଞ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମୁକ୍ତିଲତା ପାଲ ଓ ଓଡ଼ିଶୀ ନୃତ୍ୟ ବିଶେଷଜ୍ଞ ଚପଳା ମିଶ୍ର । ଉଦ୍ଘାଟନୀ ଉତ୍ସବ ପ୍ରଥମ ଆରମ୍ଭ ହୋଇଥିଲା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ତନ୍ମୟୀ ତ୍ରିପାଠୀ. ପ୍ରିୟଦର୍ଶିନୀ ସାହୁ, ଏସ ଲାସ୍ୟଶ୍ରୀ ,ଅଶିକା ପଟ୍ଟନାୟକ ,ମନିସା ସାହୁ, ଆରାଧ୍ୟ ରଥ. ତପସ୍ୱିନୀ ମାଳି ଏକକ ନୃତ୍ୟ ଶିଳ୍ପୀ ପରିବେଷଣ କରିଥିଲେ। ଦ୍ବିତୀୟ ଅଧିବେଶନ ଆରମ୍ଭ ହୋଇଥିଲା ସେଥିରେ କରଞ୍ଜିଆ,ନୃତ୍ୟଶ୍ରୀ ଅନୁଷ୍ଠାନ ପକ୍ଷରୁ କି ଶୋଭା ଗୋ କୁଞ୍ଜେ ମଦନ ମୋହନ ଦଳ ଗତ ନୃତ୍ୟ ପରିବେଷଣ କରିଥିଲେ I କେଉଁଝର ଇନ୍ଦ୍ରଧନୁ ଅନୁଷ୍ଠାନ ପକ୍ଷରୁ ଏହି ମା ଟି ମୋର କେନ୍ଦୁଝର ଦଳଗତ ନୃତ୍ୟ ପରିବେଷଣ କରିଥିଲେ I,ନୃତ୍ୟ ନିର୍ଦେଶନା ଦେଇଥିଲେ ଶୁଭଶ୍ରୀ ପଟ୍ଟନାୟକ I ଅନୁଗୁଳ ନୃତ୍ୟାୟନୀ ଅନୁଷ୍ଠାନ ପକ୍ଷ ରୁ ଏକକ ଓଡିଶୀ ନୃତ୍ୟ ଆଜ ମୂଁ ଦେଖିଲି. ଶିବତାଣ୍ଡବ ପରିବେଷଣ କରିଥିଲେ I ଯାଜପୁର ପି .କେ.ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ରସର କେଲି ଦଳ ଗତ ନୃତ୍ୟ ପରିବେଷଣ କରିଥିଲେ.କଟକ ପ୍ରୟାସ ନୃତ୍ୟାଳୟ ଅନୁଷ୍ଠାନ ପକ୍ଷରୁ ଲୋକ ନୃତ୍ୟ ଝୁମର ପରିବେଷଣ କରିଥିଲେ କେନ୍ଦୁଝର ଶ୍ୟାମସୁନ୍ଦର କଳା ନିକେତନ ପକ୍ଷ ରୁ ଆହେ ନୀଳ ଶୈଳ ଦଳଗତ ନୃତ୍ୟ I ପରିବେଷଣ କରି ଦର୍ଶକ ଙ୍କୁ ମନ୍ତମୁଗ୍ଧ କରିଥିଲେ ତୃତୀୟ ଅଧିବେଶନ ସନ୍ଧ୍ୟା ରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶୀ ନୃତ୍ୟ ବିଶେଷଜ୍ଞ ପ୍ରଫେସର ଡ଼ଃ ନିତା ବହିଦାର, ପୂର୍ବତନ ଓଡ଼ିଶୀ ନୃତ୍ୟ ବିଭାଗର ମୁଖ୍ୟ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ବିଶେଷଜ୍ଞ ଡ଼ ସ୍ନେହ ପ୍ରଭା ସାମନ୍ତରାୟ, ପୂର୍ବତନ ନିର୍ଦ୍ଦେଶିକା ଦୂର ଦର୍ଶନ କେନ୍ଦ୍ର ଓ ଓଡ଼ିଶୀ ନୃତ୍ୟ ବିଶେଷଜ୍ଞ ଦୀପ୍ତି ମିଶ୍ର I ନୃତ୍ୟଶ୍ରୀ କଳା ସମ୍ପାଦକ ଡ଼ ମନୋଜ ବେହେରା. ପ୍ରମୁଖ ଉପସ୍ଥିତ ଥିଲେ I ବିଦୂଷୀ ବିଜୟ ଲକ୍ଷ୍ମୀ ମହାନ୍ତି ଓ ସସ୍ମିତା ପଣ୍ଡା ସ୍ମୃତି ସମ୍ମାନ ଅଙ୍କିତା ବେହେରା, ପ୍ରିୟଙ୍କା ବେହେରା, ଓ ଚିନ୍ମୟୀ ତ୍ରିପାଠୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ଓଡ଼ିଶା ଓ ରାଜ୍ୟ ଭାହାରୁ ଆସିଥିଵା ନୃତ୍ୟ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଆରମ୍ଭ ରୁ ନୃତ୍ୟ ଶିଳ୍ପୀ ଅଙ୍କିତା ବେହେରା ଅଭିନୟ ମୀନ ନୟନା ଓ ଚିନ୍ମୟୀ ତ୍ରିପାଠୀ ଶିବାଷ୍ଟକ,ନୃତ୍ୟ ପରିବେଷଣ କରିଥିଲେ. ପ୍ରିୟଙ୍କା ବେହେରା ଅଭିନୟ କି ଶୋଭା ଗୋ କୁଞ୍ଜେ ପରିବେଷଣ କରିଥିଲେ। ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ମୃତି କଳା ପରିଷଦ ପକ୍ଷରୁ ଲୋକ ନୃତ୍ୟ ସାନ୍ତାଳି ନୃତ୍ୟ ପରିବେଷଣ କରି ଶ୍ରୋତା ଙ୍କୁ ବିମୋହିତ ହୋଇଯାଇଥିଲେ ନୃତ୍ୟଶ୍ରୀ ଅନୁଷ୍ଠାନ ର ସଭାପତି ସମୀର ଓତା, ଯୁଗ୍ମ ସମ୍ପାଦକ ଅଞ୍ଜନ କୁମାର ଦେବତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୁବକ୍ତା ତପନ କୁମାର ସୁନାମୁଦି ସୁଚାରୁ ଭାବେ ମଞ୍ଚ ପରିଚାଳନା କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ସହାୟତା ରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇ ଥିଲା। ଶେଷରେ ସଞ୍ଜୀବ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦୂଷୀ ବିଜୟ ଲକ୍ଷ୍ମୀ ମହାନ୍ତି ଓ ସସ୍ମିତା ପଣ୍ଡା ସ୍ମୃତି ସମ୍ମାନ ପାଇଲେ ଅଙ୍କିତା ବେହେରା, ପ୍ରିୟଙ୍କା ବେହେରା, ଓ ଚିନ୍ମୟୀ ତ୍ରିପାଠୀ





