ଭାରତ ବନ୍ଦ ପାଇଁ ଇଣ୍ଡି ମେଣ୍ଟର ପ୍ରସ୍ତୁତି ବୈଠକ

Pradeep Kar

ବୋଲଗଡ (ନି. ପ୍ର ) ଆସନ୍ତା ୮ତାରିଖରେ ଇଣ୍ଡି ମେଣ୍ଟ ଦ୍ୱାରା ଆହୁତ ଓଡିଶା ବନ୍ଦ କୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ବୋଲଗଡ ନନ୍ଦିଘୋଷ ଭବନରେ ଅନୁଷ୍ଠିତ ହୋଇଛି I ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦଶେଖ ଆରିଫୁଦ୍ଦିନ ଖାଁ ରଘୁନାଥ ସାହୁ ପଟ୍ଟନାୟକ ଙ୍କ ଅଧକ୍ଷତାରେ ବରିଷ୍ଠ କମ୍ୟୁନିଷ୍ଟ ନେତା ଅମୀୟ ପଟ୍ଟନାୟକ ବିଭୁ ମିଶ୍ର ଦିବାକର ପରମଗୁରୁ ରମାକାନ୍ତ ପଟ୍ଟନାୟକ ଅଶୋକ ରାଉତରାୟ, ଘନଶ୍ୟାମ ରାଉତରାୟ, ବିନୋଦ ବରାଡ଼, ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ l ସରକାର ଓଡିଶା ବିରୋଧୀ ଖଣି ଆଇନ କୁ ପ୍ରତ୍ୟାହାର କରିବା ଓ ଛାତ୍ରଛାତ୍ରୀ ମାନଙ୍କୁ ଭୁଲ ତଥ୍ୟ ସମ୍ବଳିତ ପାଠ୍ୟ ପୁସ୍ତକ ପ୍ରଦାନ କରିବା ପାଇଁ ସରକାର ଇସ୍ତଫା ଦେବାକୁ ଦାବି କରିଛନ୍ତି I ଜନସାଧାରଣ ସହଯୋଗ କରି ବନ୍ଦ ସଫଳ କରିବାକୁ ଆହ୍ୱାନ କରିଛନ୍ତି I

Also Read

Tags