ନିୟମିତ ପ୍ରକ୍ରିୟା ତ୍ୱରାନ୍ୱିତ ଦାବି: DEOଙ୍କୁ ୧୦୦ରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ଦାବିପତ୍ର

Pradeep Kar

ଖୋର୍ଦ୍ଧା: ୨୦୨୪ ବ୍ୟାଚ୍‌ର କନିଷ୍ଠ ଶିକ୍ଷକଙ୍କ ନିୟମିତ ପ୍ରକ୍ରିୟା ତ୍ୱରାନ୍ୱିତ ଦାବିରେ ଖୋର୍ଦ୍ଧା DEOଙ୍କୁ ୧୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ-ଶିକ୍ଷୟିତ୍ରୀ ଦାବିପତ୍ର ଦେଇଛନ୍ତି। DEO ଅନ୍ୟ କାର୍ଯ୍ୟରେ ଥିବାରୁ ଅତିରିକ୍ତ DEO ରଶ୍ମିବାଳା ପରିଡ଼ା ଦାବିପତ୍ର ଗ୍ରହଣ କରିଥିଲେ। ୧ ଅକ୍ଟୋବର ୨୦୨୬ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ନଂ ୨୫୭୭୮/SME ଅନୁଯାୟୀ ଜିଲ୍ଲାରେ ନିୟମିତ ପ୍ରକ୍ରିୟା ତୁରନ୍ତ ଆଗେଇ ନେବାକୁ ଦାବି କରାଯାଇଛି। ଜିଲ୍ଲା ସଭାପତି ଅଶୋକ କୁମାର ସେଠୀ ଓ ସମ୍ପାଦକ ଦୀନେଶ କୁମାର ମହାରଥୀଙ୍କ ନେତୃତ୍ୱରେ ଶିକ୍ଷକମାନେ ଏହି ଦାବି ଜଣାଇଥିଲେ।

Also Read

Tags