ବ୍ରହ୍ମପୁର ତା୬୲୧୦ :ବ୍ରହ୍ମପୁରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ଜୟନ୍ତୀ କଳା କେନ୍ଦ୍ରର ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାଧ୍ୟାପକ ଡଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଗଞ୍ଜାମ ଜିଲ୍ଲାର ଅଦ୍ୱିତୀୟ ବ୍ୟକ୍ତିତ୍ୱ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ଅମ୍ଳାନ ସ୍ମୃତିକୁ ସ୍ମରଣ କରି ସୁଦୀର୍ଘ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡଃ. ଲକ୍ଷ୍ମୀ ନାରାୟଣ ପଣ୍ଡା ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ କୃଷ୍ଣ ପ୍ରସାଦ ସାବତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ଅଧିବକ୍ତା କିରଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ





