Excise Staffଙ୍କୁ ଆକ୍ରମଣ ଓ ସରକାରୀ କାର୍ଯ୍ୟରେ ବାଧା ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

Pradeep Kar

ଖଲ୍ଲିକୋଟ ଥାନା କେସ୍ ନଂ ୮୨୬, ତା. ୦୬.୧୦.୨୦୨୬ଧାରା: ୧୨୬(୨)/୨୯୬/୧୧୫(୨)/୧୧୮(୧)/୧୦୯/୧୨୧(୧)/୩୨୪(୪)/୩୫୧(୩)/୩(୫) BNSତା. ୦୬.୧୦.୨୦୨୬ ରେ ଖଲ୍ଲିକୋଟ ମଡେଲ୍ ଏକ୍ସାଇଜ୍ ଷ୍ଟେସନ୍‌ର E/C *ହରିହର ବେହେରା (୨୭)*ଙ୍କ ଅଭିଯୋଗକ୍ରମେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଖଲ୍ଲିକୋଟ ମଡେଲ୍ ଏକ୍ସାଇଜ୍ ଷ୍ଟେସନ୍‌ର ଏକ୍ସାଇଜ୍ ଷ୍ଟାଫ୍‌ମାନେ Command No. GL-60 ଅନୁସାରେ ପିହାନିଆ ଗ୍ରାମ ଅଞ୍ଚଳରେ ଅବୈଧ ମଦ ବିରୋଧରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ହରିପୁର ଗ୍ରାମର ସଞ୍ଜୟ ଦାସଙ୍କୁ ଅବୈଧ ମଦ ବିକ୍ରୟ ଅଭିଯୋଗରେ ଧରି ଜବତ ମଦ ସହ ଷ୍ଟେସନ୍‌କୁ ଫେରୁଥିବା ବେଳେ SH-30 ର ମଥୁରା ଗ୍ରାମ ନିକଟରେ କିଛି ବ୍ୟକ୍ତି ଏକ୍ସାଇଜ୍ ଷ୍ଟାଫ୍‌ଙ୍କୁ ଅଟକାଇ ଗାଳିଗୁଲଜ, ଧମକ ଓ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ spade handle, ଠେଲାପେଲା, ମୁଥ ଓ ଗୋଇଠା ମାଧ୍ୟମରେ ଏକ୍ସାଇଜ୍ ଷ୍ଟାଫ୍‌ଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ସରକାରୀ କର୍ତ୍ତବ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ରହିଛି। ଏଥିସହ ଅଭିଯୋଗକାରୀଙ୍କ ପୋଷାକ ଚିରିବା ଏବଂ ତାଙ୍କ ସ୍କୁଟିକୁ ଲାଠିରେ କ୍ଷତିଗ୍ରସ୍ତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାରେ ଅଭିଯୋଗକାରୀ E/C ହରିହର ବେହେରାଙ୍କ ଆଣ୍ଠୁ, କୋହୁଣୀ, ମୁଣ୍ଡ ଓ ଭୃଲତାରେ ଏବଂ E/C ମନୋଜ କୁମାର ଲେଙ୍କାଙ୍କ ଆଣ୍ଠୁ, ପିଠି ଓ ବେକରେ ଆଘାତ ଲାଗିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ:୧. ସତ୍ୟ ନାରାୟଣ ଜେନା (୨୭)S/o- ରାଜେନ୍ଦ୍ର ଜେନା,ନୂଆ ବେରହମ୍ପୁର,PS- ଖଲ୍ଲିକୋଟ, ଜିଲ୍ଲା- ଗଞ୍ଜାମ।୨. ଗୌତମ ଡାକୁଆ (୨୮)S/o- ଲଡୁ କିଶୋର ଡାକୁଆ,ସୋଲାବନ୍ଧ,PS- ଖଲ୍ଲିକୋଟ, ଜିଲ୍ଲା- ଗଞ୍ଜାମ। ଘଟଣା ସମ୍ପର୍କରେ ଖଲ୍ଲିକୋଟ ଥାନା ପକ୍ଷରୁ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ତଦନ୍ତ:ଘଟଣା ସମ୍ପର୍କରେ ଅଧିକ ତଦନ୍ତ SI D. Majhiଙ୍କ ଦ୍ୱାରା ଜାରି ରହିଛି।

Also Read

Tags