ଗୋସାଇଁନୂଆଗାଁ ପ୍ରସିଦ୍ଧ ମା’ କାଳୁଆ ଯାତ୍ରା, ଅକ୍ଟୋବର ୧୦ ମଧ୍ଯ ରାତ୍ରରୁ ଆରମ୍ଭ

Pradeep Kar

ବ୍ରହ୍ମପୁର – (୮/୧୦)ଅକ୍ଟୋବର ୧୦ ତାରିଖ ( ପୋଲରି ଅମାବାସ୍ୟା ଠାରୁ ଅକ୍ଟୋବର ୨୫ ତାରିଖ ( କୁମାର ପୂର୍ଣ୍ଣିମା)ପର୍ଯ୍ୟନ୍ତ ୧୫ ଦିନ ବ୍ୟାପୀ ଗୋସାଇଁନୂଆଗାଁ ଠାରେ ପ୍ରସିଦ୍ଧ ମା’କାଳୁଆ ଯାତ୍ରା ଅନୁଷ୍ଠିତ ହେବ ।ଏଥିପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ନେଇ ବଡ଼ସାହିସ୍ଥିତ ଅସ୍ଥାୟୀ ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଯାତ୍ରା କମିଟି ର ସଭାପତି ଜଗନ୍ନାଥ ଚୌଧୁରୀ ଙ୍କ ସମେତ ସମ୍ପାଦକ ରିଟୁ କୁମାର ପଣ୍ଡା, କୋଷାଧକ୍ଷ ନିରଞ୍ଜନ ସାହୁ, ସ୍ଥାନୀୟ କର୍ପୋରେଟର ନୀଳକଣ୍ଠ ସାହୁ, ଧିରେଶ ସାବତ, ପୁର୍ବତନ କର୍ପୋରେଟର ନମିତା ରାଣୀ ପଣ୍ତା, ଶିଶିର ପଣ୍ଡା ଙ୍କ ସମେତ କମିଟିର ବହୁ ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।ମାଙ୍କ ଯାତ୍ରା ପାଇଁ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ , ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍ ସେବା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା ବେଳେ ଯାତ୍ରା ସୁଚାରୁ ରୂପେ ଅନୁଷ୍ଠିତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମାଁକାଳୁଆଙ୍କ ବିମାନ ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ଗ୍ରାମର ସମସ୍ତ ସାହି ପରିକ୍ରମା କରାଯିବ ବୋଲି ସୂଚନା ଦିଆଯାଇଥିଲା। ମା’ଙ୍କ ଆମନ୍ତ୍ରଣ ଦିନ ବିରାଟ ପଟୁଆରେ ଆସି ଅସ୍ଥାୟୀ ମଣ୍ଡପରେ ବିଜେ କରାଯିବ । ଏହି ଯାତ୍ରା ପାଇଁ ଗୋସାଇଁନୂଆଗାଁ ଥାନା ପୋଲିସ , ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ନିଆଯାଇଛି ।

Also Read

Tags