“ଭାରତର ଜାତିପ୍ରଥା ଓ ସଂରକ୍ଷଣ ଆଉ କେତେ ଦିନ” ବିଷୟରେ ଆଲୋଚନା ଚକ୍ର

Pradeep Kar

ବ୍ରହ୍ମପୁର, ତା 11.10.2026 ରିଖରେ ମାନବିବାଦୀ ହେତୁବାଦୀ ସଂଗଠନ ଆନୁକୁଲ୍ୟରେ ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ଠାରେ ଭାରତର ଜାତିପ୍ରଥା ଓ ସଂରକ୍ଷଣ ଆଉ କେତେ ଦିନ” ବିଷୟରେ ଏକ ଆଲୋଚନା ଚକ୍ର ଅନୁସ୍ଠିତ ହୋଇଛି ଲେଖାରେ ସଂଗଠନର ସଭାପତି ଇ.ଟି. ରାଓ ଅଧ୍ୟକ୍ଷତା କରିଥିଲେ l ସମ୍ପାଦକ କେ.ନାନ୍ଦେଶୁ ସେନାପତି ସମ୍ୟକ୍ ସୂଚନାରେଇ ଥିଲେ l ଭାରତରେ ଆବହମାନ କାଳରୁ ଜାତିପ୍ରଥା ରହିଛି l କହିବାକୁ ଗଲେ ଭାରତରେ 3000ରୁ ଅଧିକ ଜାତି ଓ 25000 ଉପଜାତି ଅଛନ୍ତି ଏବଂ ଏମାନେ ପ୍ରତ୍ୟେକେ ଏକ ବୃତ୍ତି ସହ ଜଡିତ ଲୋକଙ୍କ ଜାତିପ୍ରଥା ଯୋଗୁଁ ସାମାଜିକ ଅସମାନତା ବୃଦ୍ଧି ପାଉଛି l ଅସମାନତା ଦୃଷ୍ଟିକୋଣରୁ ନ୍ୟାୟ ଦେବାକୁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି l ଏହି ବିଷୟରେ ସଂଗଠନର ସଦସ୍ୟ ଭାଲଚନ୍ଦ୍ର ଷଡଙ୍ଗୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବହୁ ତଥ୍ୟ ଉପସ୍ଥାପନ କରିଥିଲେ l ହିନ୍ଦୁ ସମାଜରେ ରହିଥିବା ଅମାନବିକ ଜାତି ବ୍ୟବସ୍ଥା ଲାଗି ଶହ ଶହ ବର୍ଷ ଧରି ସମାଜର ଏକ ବଡ ଭାଗ ଲୋକ ଶିକ୍ଷା, ସମ୍ପତ୍ତି ଓ ସାମାଜିକ ସମ୍ମାନରୁ ବଞ୍ଚିତ ହୋଇ ଆସିଛନ୍ତି । ଏହି ବଞ୍ଚିତ ଗୋଷ୍ଠୀଙ୍କୁ ଶୈକ୍ଷିକ ଓ ସାମାଜିକ ଭାବେ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସମ୍ଵିଧାନରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ଅତଏବ ଭାରତ ପରି ଏକ ଜାତିଭିତ୍ତିକ ସମାଜରେ ଜାତିବ୍ୟବସ୍ଥା ରହିଥିବା ଯାଏଁ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି । କିନ୍ତୁ ଯେଉଁମାନେ ସଂରକ୍ଷଣକୁ ବିରୋଧ କରୁଛନ୍ତି, ସେମାନେ ଜାତି ବ୍ୟବସ୍ଥାକୁ ବିରୋଧ କରୁନାହାନ୍ତି । ମେଧା କେବଳ ଉଚ୍ଚ ଜାତିର ଲୋକଙ୍କ ଭିତରେ ରହିଛି ବୋଲି ଭାବିବା ଭୂଲ ଅଟେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାହୁଲ ଖିଲାରେ ପୃଥିବୀର ସୃଷ୍ଟି ସହ ଜନଜାତିର ବିବର୍ତ୍ତନ ଓ ଜାତି ବ୍ୟବସ୍ଥାର କଥା କହିଥିଲେ । ଆମର ଜାତି ବିଭାଜିତ ସମାଜରେ ସମସ୍ତଙ୍କୁ ସମାନ ସୁଯୋଗ ଦେବା ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ସାମାଜିକ, ଶିକ୍ଷାଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମାନତା ଆସିବା ପର୍ଯ୍ୟନ୍ତ ସଂରକ୍ଷଣ ରହିବ ବୋଲି ସୂଚେଇଥିଲେ l କିଶୋର ଚନ୍ଦ୍ର ମିଶ୍ର, ପ୍ରତାପ ଚନ୍ଦ୍ର ଚୌଧୁରୀ, ଅବନୀ ଗୟା, ମନୀଷା କହ୍ନର ଅବନୀ ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବକ୍ତବ୍ୟ ରଖିଥିଲେ l ଗାୟତ୍ରୀ ପାଣିଗ୍ରାହୀ, ସ୍ଵପ୍ନାଦେଇ ,କନକଲତା ପଣ୍ଡା, ସୁଜାତା ପଟ୍ଟନାୟକ, ମନୀଷା କହ୍ନର, ହାକିମ ଖାଁ, ଡିପ୍ଲୋମା. ଦଣ୍ଡପାଣି ରେଡ୍ଡୀ, ଜେ. ସୁରେଶ, B.ଜେନା, ବୃନ୍ଦାବନ ଖଟେଇ, ମହର୍ଷି ସିଂହ, ସୁନେଜ କୁମାର ପାଣିଗ୍ରାହୀ,କୁମୁଦ ଚନ୍ଦ୍ର ବେହେରା, ଡଃ. ସଙ୍କର୍ଷଣ ବେଜ, ନରସିଂହ ବେହେରା କିଶୋର ଚନ୍ଦ୍ର ମଲ୍ଲିକ, ଗୋପାଳ ମହାପାତ୍ର, ହରି ଚରଣ ପଟ୍ଟନାୟକ, କେ.ବାସ ୱାରାଜୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ମଧୁସୂଦନ ସେଠି, ଅଶୋକ ଦଲେଇ, ଡ. ଦେବରାଜ ପାଣିଗ୍ରାହୀ ଓ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ l ଡି. ମୋହନ ରାଓ ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags