ରାଇଘର ଦୁର୍ଗାପୂଜା ନେଇ ଚଳଚଞ୍ଚଳ I ନୂତନ ଶୈଳୀରେ ନିର୍ମାଣ ହେଉଛି ପଲିସଂସଦ କ୍ଳବ ପେଣ୍ଡାଲ

Pradeep Kar

ରାଇଘର , ୧୦/୧୦ (ସପ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ସଦର ପଲିସଂସଦ ଯୁବକ ସଂଘ ସର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ପାଳନ ହେଉଥିବା ଶାରଦୀୟ ଦୁର୍ଗାପୂଜା ଚଳିତବର୍ଷ ୪୭ ବର୍ଷରେ ପହଞ୍ଚିଛି। ଅତ୍ୟନ୍ତ ଧୁମ୍ ଧାମରେ ପ୍ରସ୍ତୁତି ଆରମ୍ଭ କରିଛି ପୂଜା କମିଟି। ୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ପୂଜା। କମିଟି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁର୍ଗା ପୂଜା ଆକର୍ଷଣୀୟ କରିବାକୁ ବିଭିନ୍ନ ନୂଆ ଆୟୋଜନ କରାଯାଇଛି। ଚଳିତ ବର୍ଷର ଏକ ନୂତନ ଶୈଳୀରେ ଭବ୍ୟ ପେଣ୍ଡାଲ ନିର୍ମାଣ କରାଯାଉଛି। ପେଣ୍ଡାଲ ନିର୍ମାଣ ସହ ଆଲୋକ ସଜ୍ଜା ଓ ଅନ୍ୟାନ୍ୟ ସାଜସଜ୍ଜା କାର୍ଯ୍ୟ ଜୋର ସୋରରେ ଚାଲିଛି। ପୂଜା ସମୟରେ ଏହି ପେଣ୍ଡାଲ ଭକ୍ତ ଓ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ ବୋଲି କମିଟି ଆଶା ପ୍ରକାଶ କରିଛି।ପେଣ୍ଡାଲ ନିର୍ମାଣ ଓ ଆକର୍ଷଣୀୟ ସାଜସଜା ଦାୟିତ୍ୱ ବାହାରୁ ଆସି ମୂର୍ତ୍ତି ନିର୍ମାଣ ପେଣ୍ଡାଲ ସାଜସଜା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅଭିଜ୍ଞ କାରିଗରମାନେ ନିୟୋଜିତ ହୋଇଛନ୍ତି ଦିନରାତି ଏକ କରି କରିଗୋରମାନେ କାମରେ ଲାଗିଥିବାରୁ ପୂଜା ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟ ଆଡକୁ ଗତି କରୁଛି ପୂଜା ପରିଚାଳନାରେ ମୁଖ୍ୟ ପୃଷ୍ଠପୋଷକ ସୁଶାନ୍ତ ସାମନ୍ତରା ସଭାପତି, ଉପସଭାପତି ମନୋଜ ରାଜପୁତ, ସମ୍ପାଦକ ଭବାନୀ ନାୟକ, ସହସମ୍ପାଦକ ରାମ ଦୟାଲ ସିଂହା, ମାମନି ଚକ୍ରବତୀ, କୋଷଦକ୍ଷ କସ୍ତୁରୀ ଦାସ, ଉପଦେଷ୍ଟା ଭାସ୍କର ଦଣ୍ଡସେନା, ମାଳି ପାତ୍ର, ଶ୍ରୀରାମ ସୁନାନୀ, କିରଣ କୁମାର ପଟନାୟକ, ରହିଥିବା ବେଳେ ପଲିସଂସଦ ଯୁବକ ସଂଘର ସମସ୍ତ ସଦସ୍ୟ ପୂଜା ଆୟୋଜନର ବିଭିନ୍ନ କାର୍ଯ୍ୟ ତଦାରଖ କରୁଛନ୍ତି ଗୋତବର୍ଷ ଠାରୁ ଚଳିତ ବର୍ଷ ଯେମିତି ଧୂମଧାମ ରେ ପୂଜା ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି I

Also Read

Tags