ଦେଶସେବାର ସ୍ୱପ୍ନ ହେବ ସାକାର I ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ ‘ଉତ୍କର୍ଷ ଅଗ୍ନିବୀର’

Pradeep Kar

ଛତ୍ରପୁର, ୧୨/୧୦: ଗଞ୍ଜାମ ଜିଲ୍ଲାର ଯୁବକ-ଯୁବତୀଙ୍କୁ ଦେଶସେବା ପାଇଁ ଉତ୍ସାହିତ କରିବା ସହ ଅଗ୍ନିବୀର ଓ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଉତ୍କର୍ଷ ଅଗ୍ନିବୀର’ ନାମରେ ଏକ ଅଭିନବ ପଦକ୍ଷେପ ଆରମ୍ଭ କରାଯାଇଛି। ଗଞ୍ଜାମ ଲକ୍ଷ୍ୟ ନିକେତନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମରେ ଯୁବକ-ଯୁବତୀଙ୍କୁ ମାଗଣାରେ ପ୍ରସ୍ତୁତି ତାଲିମ ପ୍ରଦାନ କରାଯିବ। ଏଥିପାଇଁ ଜିଲ୍ଲାର ୨୨ଟି ବ୍ଲକରେ ୨୨ଟି ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୋଟିଏ କେନ୍ଦ୍ର ଖୋଲାଯିବ। ପ୍ରତ୍ୟେକ କେନ୍ଦ୍ରରେ ୫୦ ଜଣ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଅବଧି ୧୨ ରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ରହିଛି। ପଞ୍ଜୀକରଣ ସମୟରେ ଆଧାର କାର୍ଡ, ଭୋଟର ପରିଚୟପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଦାଖଲ କରିବା ବାଧ୍ୟତାମୂଳକ। ଆବେଦନକାରୀଙ୍କ ସଂଖ୍ୟା ଅଧିକ ହେଲେ ସ୍ୱତନ୍ତ୍ର ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ https://lakshya.ganjam360.com ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଅଧିକ ସୂଚନା ପାଇଁ +୯୧ ୭୦୭୭୭ ୬୯୧୯୨ ନମ୍ବର କିମ୍ବା [email protected] ଇ-ମେଲ୍ ଠିକଣାରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Also Read

Tags