ବିଶ୍ୱବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜ ତରଫରୁ ସିମାଞ୍ଚଳ ଭୀମସିଂଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

Pradeep Kar

ବିଷମକଟକ, ୧୨-୧୦(ବିଷମକଟକ) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡୁକୁମ୍ ଗ୍ରାମର ସିମାଚଳ ଭୀମ ସିଂ ଗତ କାଲି କାମ କରୁଥିବା ବେଳେ କୌଣସି କାରଣ ବଶତଃ ଅଘଟଣ ଘଟି ଗୋଡରେ ଆଘାତ ଲାଗିଥିଲା ଏବଂ ବିଷମକଟକ ସରକାରି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଖବର ପାଇ ବିଶ୍ୱ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜ ତରଫରୁ କିଛି ସଦସ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ଆଜି ସମାଜର ପରିଚାଳନା ବିଭାଗର ୭ଜଣିଆ ପରିଚାଳକ ଗଣ ତାଙ୍କ ବାସଭବନ କୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ତା ପଚାରିବୁଝିବା ସହିତ ସମାଜ ପରିଚାଳନା ବିଭାଗ ର ନିଜସ୍ୱ ପାଣ୍ଠି ରୁ କିଛି ଖାଉଟି ସାମଗ୍ରୀ ସାହାଯ୍ୟ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଭାପତି କେ ସମ୍ବଶିବା ରାଓ, ଉପ ସଭାପତି ପି ମାଲେଶ୍ୱର ରାଓ, ସମ୍ପାଦକ ପି ମାଣିକଣ୍ଟା, ସହ ସମ୍ପାଦକ ପ୍ରଶାନ୍ତ ଆଚାରୀ, ସହ ସମ୍ପାଦକ ଏସ୍ ରାମରାଓ, ସହ ସମ୍ପାଦକ କେ କ୍ରିଷ୍ଣା ରାଓ ଏବଂ କୋଷାଧକ୍ଷ କେ ପ୍ରସାଦ ରାଓ ଙ୍କ ସମେତ ଡୁକୁମ ଅଂଚଳ ର ସମାଜର ସମସ୍ତ ସଦସ୍ୟ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମଟିକୁ ସମାଜ ର ସଭାପତି କେ ସମ୍ବଶିବ ରାଓ ଏବଂ ଉପ ସଭାପତି ପି ମାଲେଶ୍ୱର ରାଓ ସମ୍ପାଦିତ କରିଥିଲେ।

Also Read

Tags