୧୪ ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ – ସହର ତଳି କ୍ରିୟାନୁଷ୍ଠାନ କମିଟିର ନିଳାଞ୍ଚଳ ନଗର ଠାରେ ବିଜୟ ସମୀକ୍ଷା ବୈଠକ

Pradeep Kar

ବ୍ରହ୍ମପୁର – ନିଳାଞ୍ଚଳ ନଗର ସ୍ଥିତ ତାରିଣୀ ମନ୍ଦିର ସଭାଗୃହରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ ସ୍ତରୀୟ ବୈଠକ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୪ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ପାଇଁ ବିଗତ ୧୨ ବର୍ଷ ଧରି ଚାଲିଥିବା ସଂଘର୍ଷ, ଆନ୍ଦୋଳନ ଏବଂ କମିଟିର ଦୀର୍ଘ ଯାତ୍ରାର କଷ୍ଟକୁ ସ୍ମରଣ କରାଯିବା ସହ ଏହା କିପରି ସମ୍ଭବ ହେଲା ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ବିଭିନ୍ନ ପଞ୍ଚାୟତର ସଦସ୍ୟମାନେ ନିଜ ନିଜର ମତ ଓ ଅନୁଭୂତି ରଖିଥିଲେ। ମିଶ୍ରଣକୁ ସରକାରଙ୍କ ଅନୁମୋଦନ ମିଳିଥିବାରୁ ଏହାକୁ ସମସ୍ତଙ୍କ ସମ୍ମିଳିତ ବିଜୟ ବୋଲି ଘୋଷଣା କରାଯାଇଥିଲା।କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି ଯେ, କେବଳ ମିଶ୍ରଣ ନୁହେଁ, ଆଗାମୀ ଦିନରେ ସଂଗଠନ ସହ ଯୋଡି ହୋଇ ନିଜକୁ ସୁରକ୍ଷିତ ରଖିବା, ନିଜ ଅଞ୍ଚଳର ରାସ୍ତା, ପାଣି, ଆଲୁଅ, ଡ୍ରେନ୍ ର ବିକାଶ ଏବଂ ବାହାନା ନାଳ ଓ ରିଙ୍ଗ ରୋଡ୍ ଭଳି ବଡ ପ୍ରକଳ୍ପ ହାସଲ ପାଇଁ ସମସ୍ତେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସଂଗଠନକୁ ଅହୁରି ମଜଭୁତ କରିବା ଆବଶ୍ୟକ। ସଂଗଠନର ବାର୍ତ୍ତା ଓ କାର୍ଯ୍ୟକଳାପ ୧୪ ଟି ପଞ୍ଚାୟତର ସମସ୍ତ ଘରେ ପହଞ୍ଚିବା ଦରକାର। ଆପଣଙ୍କ ଘର ନିଗମରେ ବର୍ତ୍ତମାନ ନିଗମର ସେଵା ଓ ସୁଵିଧା ଆପଣଙ୍କ ଦ୍ୱାରରେ ବୋଲି ସଭାପତି କହିଥିଲେ। ସଭା ପ୍ରାରମ୍ଭରେ ଆର ଜେ ଆଚାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚରେ ସଭାପତି ସଞ୍ଜୀବ ପଟ୍ଟନାୟକଙ୍କ ବ୍ୟତିତ ବିଜୟ ଚନ୍ଦ୍ର ମିଶ୍ର, ପ୍ରବୀଣ କୁମାର ପଟ୍ଟନାୟକ, କାଳିନ୍ଦୀ ଚରଣ ନାୟକ, ଏସ ଏସ ପଟ୍ଟନାୟକ ଓ ଶରତ ଚନ୍ଦ୍ର ପଟ୍ଟନାୟକ ପ୍ତମୁଖ ମଞ୍ଚାସୀନ ଥିଲେ। ସାଙ୍ଗଠନିକ ସମ୍ପାଦକ ଲକ୍ଷ୍ମୀ କାନ୍ତ ଜେନା, ପ୍ରବୀଣ କୁମାର ପଟ୍ଟନାୟକ, ଦିଗାମ୍ବର ସାମନ୍ତରାୟ, କିଶୋର ପାତ୍ର,, କାଳିନ୍ଦୀ ଚରଣ ନାୟକ, ବିଜୟ ଚନ୍ଦ୍ର ମିଶ୍ର, ଏମ୍ ଲାବଣ୍ୟ ପାତ୍ର, ଦେବୀ ପ୍ରସାଦ ଦାସ, ଶରତ ଚନ୍ଦ୍ର ପଟ୍ଟନାୟକ , ଇ ଟି ରାଓ, ଏସ ଏସ ପଟ୍ଟନାୟକ ପ୍ରମୁଖ କମିଟି ସହ ଯୋଡ଼ି ହେବାର ଅନୁଭୂତି ଓ ସଂଘର୍ଷର କାହାଣୀ ସମସ୍ତଙ୍କ ନିକଟରେ ରଖିଥିଲେ। ଏତେ ବଡ ଅବିଶ୍ୱସନୀୟ ଐତିହାସିକ ସଫଳତା ଓ ଉପଲବ୍ଧି କମିଟିର ଉଚିତ୍ ନେତୃତ୍ୱ ଓ ନେତୃତ୍ୱର ମାର୍ଗଦର୍ଶନ ଫଳରେ କଷ୍ଟ ଓ ବିଳମ୍ବ ହେଲେ ମଧ୍ୟ ସମ୍ଭବ ହେଇ ପାରିଲା ବୋଲି ବକ୍ତା ମାନେ କହିଥିଲେ। ଏତଦ୍ ବ୍ୟତୀତ ଆଜିର ବୈଠକରେ ଅମୀୟ ଚନ୍ଦ୍ର ପଟ୍ଟନାୟକ, ଅଜିତ୍ କୁମାର ପଟ୍ଟନାୟକ, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଜୀତେନ୍ଦ୍ର କୁମାର ପାଢ଼ୀ, ସୁବାଷ ଚନ୍ଦ୍ର ପଟ୍ଟନାୟକ , ଶ୍ରଦ୍ଧାନନ୍ଦ ପଟ୍ଟନାୟକ , ସନ୍ତୋଷ କୁମାର କର, ଚିତ୍ତରଞ୍ଜନ ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, ପ୍ରସନ୍ନ କୁମାର ମିଶ୍ର, କିଶୋର ଚନ୍ଦ୍ର ପାତ୍ର, ଚନ୍ଦ୍ର ଶେଖର ରଥ, କେ ବି ଆର୍ ବିହାରୀ, ପ୍ରେମାନନ୍ଦ ବେହେରା, କାଳୁ ପାତ୍ର, କାଳୀ ଚରଣ ସାହୁ, ପଙ୍କଜ କୁମାର ପଟ୍ଟନାୟକ, ଶିଶିର ପଟ୍ଟନାୟକ , ପି ବି ଏମ ରାଓ, ସାହେବ ପଣ୍ଡା, ସୁରେନ୍ଦ୍ର କୁମାର ପଣ୍ତା, ସୁନିଲ ପାତ୍ର, ପ୍ରକାଶ କୁମାର ସାହୁ, ବିଜୟ କୁମାର ପଣ୍ଡା, କେ ରାମ ଚନ୍ଦ୍ର ରାଓ, ଜେ ବଳ କ୍ରିଷ୍ଣା ପାତ୍ର, ଯୁରିନାଥ ନାୟକ, ରାମ ହରି ପଟ୍ଟନାୟକ, ଡି ପି ଦାସ, ଇ ଟି ରାଓ, ଡ୍ ମଧୁସୂଦନ ସାହୁ ଓ ବିଶ୍ୱନାଥ ପାଢ଼ୀ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ କମିଟି ସଦସ୍ୟ ଇ ତେଜେଶ୍ୱର ରାଓଙ୍କ ତରଫରୁ କମିଟି କାର୍ଯ୍ୟକର୍ତ୍ତାଙ୍କୁ ଗୋଟିଏ ଗୋଟିଏ ଔଷଧୀୟ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ପରିଶେଷରେ ଅମୀୟ ଚନ୍ଦ୍ର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l

Also Read

Tags