ବ୍ରହ୍ମପୁର- ପ୍ରଦୂଷଣକୁ ଦୃଷ୍ଟିରେ ରଖି ଇ.ଭି ପ୍ରତି ଓଡ଼ିଆ ମାନଙ୍କ ରହିଥିବା ଆଗ୍ରହ ଗଞ୍ଜାମ ଜିଲ୍ଲାର କନିଷିରେ ପହଞ୍ଚିଛି। କନିଷି ଠାରେ ଗରୁଡ ଇଭିକୋ ସୋରୁମ୍ ଉଦଘାଟନ କରିବା ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏଭଳି କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗୋଟିଏପଟେ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ କୁ ନେଇ ଓଡ଼ିଶାରେ ଇ.ଭି. (ଇଲେକ୍ଟ୍ରିକ୍ ଯାନ) କ୍ଷେତ୍ରରେ ଭାଗିଦାରୀ ଦେଶରେ ୧୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୧୭ ପ୍ରତିଶତ ରହିଛି। ସମସ୍ତଙ୍କୁ ରିନ୍ୟୁଏବଲ୍ ଏନର୍ଜି, ଇ.ଭି. ଏବଂ ସୋଲାର୍ ଆଦି ବ୍ୟବସ୍ଥା ଆଡ଼କୁ ଯିବାକୁ ପଡ଼ିବ ବୋଲି ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଥିଲେ ମନ୍ତ୍ରୀ ଶ୍ରୀ ଜେନା । ଏପରିକି ଏହି କ୍ଷେତ୍ରରେ ଆମ ରାଜ୍ୟକୁ ମୋଦୀଜୀ ‘ପି.ଏମ୍. ଇ-ଡ୍ରାଇଭ୍’ ଜରିଆରେ ୪୦ କୋଟି ଟଙ୍କା ଦେଇ ପୁରସ୍କୃତ କରିଛନ୍ତି କହିବା ସହିତ କନିଷି ଠାରେ ଆଜି ଏକ ଏଭଳି ଏକ ଶୋରୁମ୍ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିବ ବେଳେ ଏଠାରେ ଦେଖାଯାଇଥିବା ଗାଡ଼ି ଗୁଡ଼ିକ ଜନସାଧାରଣ କ୍ରୟ କରିପାରିବା ଭଳି ସାମର୍ଥ୍ୟ ଏବଂ ଚାହିଦା ରହିଥିବା କହିଛନ୍ତି ମନ୍ତ୍ରୀ । ସାରଦୀୟ ପୁଜା ବଜାରରେ ଏଭଳି ବ୍ରହ୍ମପୁର ସହର ଉପକଣ୍ଠ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ଜାତୀୟ ରାଜପଥ କଡରେ ଗରୁଡ ଇଭି କୋ ସା ରୁମ୍ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାନ ସଂଙ୍ଘର ସଭାପତି ସୁଶାନ୍ତ ସାବତ ଯୋଗଦାନ କରି ପେଟ୍ରୋଲ୍ ଦରଦାମ୍ ବୃଦ୍ଧି ସହ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଇ-ବାଇକ୍ ବା ଇ-ମୋଟର୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଗରୁଡ଼ ଅଟୋମୋବାଇଲ୍ ତରଫରୁ ଏଠାରେ ସେମାନଙ୍କର ଦ୍ୱିତୀୟ ବ୍ରାଞ୍ଚ ଖୋଲାଯାଇଛି। ଏହାର ପୂର୍ବରୁ ସେମାନେ ବିଜୁପୁରରେ ବ୍ରାଞ୍ଚ ଖୋଲିଥିବା ବେଳେ ବର୍ତ୍ତମାନ ଏଠାରେ ଦ୍ୱିତୀୟ ବ୍ରାଞ୍ଚ ଖୋଲିଥିବା ବେଳେ ପାଞ୍ଚଟି ମଡେଲ୍ର ଯଥା- ପାସେଞ୍ଜର ଅଟୋ ଏବଂ ଟର୍ଲି ଅଟୋ, ଯାହାକି ୨୦୦ କି.ମି. ଯାଇପାରିବ ଏବଂ ଭଲ କ୍ୱାଲିଟିର ଅଟୋ ସେମାନେ ଏଠାରେ ଡିଲରସିପ୍ ଆରମ୍ଭ କରିଥିବା ବେଳେ ଏହାକୁ ନେଇ ଶୁଭେଚ୍ଛା ଜଣାଇବା ସହିତ ସମସ୍ତେ ଇ- ବାଇକ୍ ବା ଇ-ଗାଡ଼ିକୁ ବ୍ୟବହାର କରିବା ଦ୍ୱାରା ଆମେ ପ୍ରଦୂଷଣ ରକ୍ଷା ସହ ଆମର ଯେଉଁ ପେଟ୍ରୋଲ୍-ଡିଜେଲ୍ର ମହଙ୍ଗାକୁ କମେଇ ପାରିବା ବୋଲି ଜଣେ ସମାଜସେବୀ ଭାବରେ ଆହ୍ୱାନ କରିବି ବୋଲି କହିଥିଲେ । ଗରୁଡ ଇଭି କୋ ସା ରୁମ୍ ର ନିୟୋଜକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରବିନାରାୟଣ ପଣ୍ଡା ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ଠାରୁ ଦୂରରେ ରହି, ପ୍ରଦୂଷଣରୁ ମୁକ୍ତ ଭାବରେ ବ୍ରହ୍ମପୁରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ଗଢ଼ିବା ପାଇଁ ଆହ୍ୱାନ କରିବା ସହିତ ପୂର୍ବରୁ ବିଜିପୁର ଠାରେ ଗରୁଡ଼ ଅଟୋମୋବାଇଲ୍ର ଗୋଟିଏ ବ୍ରାଞ୍ଚ ଖୋଲାଯାଇଥିଲା, ଯାହା ଅତ୍ୟନ୍ତ ସଫଳ ଭାବରେ ବ୍ରହ୍ମପୁରବାସୀଙ୍କୁ ସୁବିଧା ପ୍ରଦାନ କରୁଛି। ଏହି କ୍ରମରେ ଗରୁଡ଼ ଅଟୋମୋବାଇଲ୍ର ଦ୍ୱିତୀୟ ବ୍ରାଞ୍ଚ କନିଷି ସ୍ଥିତ ଗ୍ରାମର ଏନ୍.ଏଚ୍. ସାଇଡ୍ରେ ଖୋଲାଯାଇଛି, ଯାହା ବ୍ରହ୍ମପୁରବାସୀଙ୍କୁ ଇ.ଭି. (ଇଲେକ୍ଟ୍ରିକ୍ ଯାନ) ର ଆଉଟିକେ ଅଧିକ ରେଞ୍ଜ୍ ଅର୍ଥାତ୍ ୧୮୦ ରୁ ୨୦୦ କିଲୋମିଟର ମାଧ୍ୟମରେ ସହଯୋଗ କରିବ। ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଏହି ପରିବେଶ ଅନୁକୂଳ ଗାଡ଼ିକୁ ନେଇ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି ଏବଂ ଆଗକୁ ଆହୁରି ଅଧିକ ଚାର୍ଜିଂ ଷ୍ଟେସନ ଜରିଆରେ ନୂତନ କାର୍ଯ୍ୟ କରାଯିବାକୁ ଚେଷ୍ଟା ଚାଲିଛି। ଏଠାରେ ପାଞ୍ଚଟି ପ୍ରାକରର ଗାଡ଼ି ରଖାଯାଇଛି, ଯେଉଁଥିରେ ପାସେଞ୍ଜର ଅଟୋ ସହିତ ଡାଲା ଅଟୋ ଏବଂ ଏଲ୍-୩ ଛୋଟ ମଡେଲର ୫୦୦ରୁ ୬୦୦ କିଲୋ ପର୍ଯ୍ୟନ୍ତ ଓଜନ ବହନ କରିପାରୁଥିବା ପାସେଞ୍ଜର ଡାଲା, ଫୁଡ୍ ଭେନ୍ ଏବଂ ଆଇସକ୍ରିମ୍ ଭେନ୍ ଆଦିର ମଧ୍ୟ ସୁବିଧା ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ପ୍ରେସ କ୍ଲବର ସଭାପତି ଅଶୋକ କୁମା ବ୍ରହ୍ମା , କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ।
ଇ.ଭି ପ୍ରତି ଓଡ଼ିଆଙ୍କ ଆଗ୍ରହ ଗଞ୍ଜାମର କନିଷିରେ ପହଞ୍ଚିଛି –ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା





