ବ୍ରହ୍ମପୁର, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ନବସୃଜନ ଓ ଉଦ୍ଭାବନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ ମତେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏ ସମ୍ପର୍କିତ ସଚେତନତା, ଆଗ୍ରହ ଓ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ସଂଯୋଜକ ଡ଼. ଗୌତମ ସାବତ ଙ୍କ ପୌରୋହିତ୍ୟରେ ପ୍ରଥମ ପର୍ଯ୍ୟାୟ ରେ ସଚେତନତା ସୃଷ୍ଟି କରାଯାଇଥିଲା ଓ ଦ୍ଵିତୀୟ ପର୍ଯ୍ୟାୟ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୋଟ ୧୦ଜଣ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ମନୋନୀତ କରାଯାଇଥିଲା। ବିଚାରକ ଭାବରେ ଯୋଗଦେଇଥିଲେ ୟୁ. ସି. ପି. ଇଞ୍ଜିନିଅରିଙ୍ଗ ସ୍କୁଲ ରେ ପ୍ରାକ୍ତନ ଅଧକ୍ଷ ଶ୍ରୀ. ସୂର୍ଯ୍ୟ ନାରାୟଣ ଧର, ଡ଼. ମନୋଜ ପଟନାୟକ, ଡ଼. ସୁଶୀଲ କୁମାର ରାଠୋର। ଛାତ୍ର ଛାତ୍ରୀ ଙ୍କ ପ୍ରକଳ୍ପ ପ୍ରସ୍ତାବ ଗୁଡିକୁ ତର୍ଜମା କାରି ସେମାନେ ୭ଜଣଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାପାଇଁ ଚୟନ କରିଥିଲେ। ଏହି ୭ ଜଣ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପାଇ ନିଜର ପ୍ରକଳ୍ପ କୂ ବିକଶିତ କରିବେ। ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡ଼. ଉଷା ରାଣୀ ରଥ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।
ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ରେ ନବସୃଜନ ଓ ଉଦ୍ଭାବନ ପ୍ରତିଯୋଗିତା





