ବ୍ରହ୍ମପୁର ତା19.10.ପ୍ରାତଃ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ନିଦ୍ରା ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ନିଦ୍ରାର ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ l ଭଲ ନିଦ୍ରା ଦ୍ଵାରା ଅନେକ ରୋଗ ଭଲ ହୁଏ। ରକ୍ତଚାପ ଓ ହୃଦ୍ରୋଗର ବିପଦ କମାଏ,ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ,ମାନସିକ ଶାନ୍ତି ମିଳେ,ଚିନ୍ତା,ବିରକ୍ତି ଶରୀରର କୋଷ ଓ ମାଂସପେଶୀ ଗଠନରେ ସାହାଯ୍ୟ ମିଳେ,ରକ୍ତଶର୍କରା ନିୟନ୍ତ୍ରଣ ଓ ହଜମ କରେ, ଶରୀରର ଶକ୍ତି ବଢେ। ଅତ୍ୟଧିକ ଖଟା, ଲୁଣିଆ, ରାଗ,ତେଲଛଣା ଖାଦ୍ୟ, ମଦ୍ୟପାନ ଅନିଦ୍ରା କରେ।ଲଘୁ ଓ ପୁଷ୍ଟିକର ଜଳଖିଆ ଖାଆନ୍ତୁ, ଫଳ ଖାଆନ୍ତୁ। ସକାଳ ସନ୍ଧ୍ୟା ଚାଲିବା ଓ ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନ କରନ୍ତୁ।ଅନିଦ୍ରା କାରଣ ସବୁ ଛାଡ଼ି ଗରମ କ୍ଷୀର, ଅଶ୍ଵଗନ୍ଧା, ବ୍ରାହ୍ମୀ, ତଗରପାଦ, ଜଟ୍ଟାମାସୀ ଖାଇଲେ ଭଲ ନିଦ ହୁଏ। ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ,ରକ୍ତଶର୍ରା, ଗଣ୍ଠିବାତ, ଅମ୍ଳପିତ୍ତ,ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି ।
ନିଦ୍ରା ସଚେତନା ଓ ସ୍ଵାସ୍ଥ୍ୟ ଶିବିର





