ଖଜା ଷ୍ଟ୍ରିଟ୍ ପ୍ରିମିୟର ଲିଗ୍‌ର ଖେଳାଳି ନିଲାମୀ

Pradeep Kar

ବ୍ରହ୍ମପୁର, ୨୩/୧୦ ସୁରଜ ବିହାର ଷଷ୍ଠ ଲାଇନ ଠାରେ ଗଞାମ ମୁସଲିମ କଲ୍ଚରାଲ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଖଜା ଷ୍ଟ୍ରିଟ୍ ପ୍ରିମିୟର ଲିଗ୍‌-୨୦୨୬ର ପଞ୍ଚମ ସଂସ୍କରଣ ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଖେଳାଳି ନିଲାମୀ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ମେୟର ସଙ୍ଘମିତ୍ରା ଦଳାଇ ଅତିଥି ରୂପେ ଯୋଗଦେଇ ଆୟୋଜକ ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଥିଲେ। ବିଧାୟକଙ୍କ ସହ ଅର୍ବାନ ବ୍ୟାଙ୍କ ସଭାପତି ଆର୍. ମୁରଲୀ ମୋହନଙ୍କ ସମେତ ମହାନଗର ର ବହୁ କର୍ପୋରେଟର ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଖେଳାଳି ନିଲାମୀକୁ ନେଇ ଦଳୀୟ ପ୍ରସ୍ତୁତି ଓ କ୍ରିକେଟ୍ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କାର୍ଯ୍ୟକ୍ରମରେ ଏକ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। କ୍ରୀଡ଼ା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଏକତା, ଦଳଗତ ଭାବନା ଓ ନେତୃତ୍ୱର ଗୁଣ ବିକଶିତ କରିଥାଏ। ଏଭଳି କ୍ରୀଡ଼ା ଆୟୋଜନ ସ୍ଥାନୀୟ ପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ସହ ବ୍ରହ୍ମପୁରରେ କ୍ରୀଡ଼ା ସଂସ୍କୃତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Also Read

Tags