ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ଖଲ୍ଲିକୋଟ ପୋଲିସ

Pradeep Kar

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲୀ ନିକଟସ୍ଥ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ଖଲ୍ଲିକୋଟ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ, ଏଏସଆଇ ସୁଜିତ କୁମାର ପାଣିଗ୍ରାହୀଙ୍କ ସହ ପୋଲିସ ଟିମ୍ ଜଙ୍ଗଲ ଭିତରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ୧୨ ହଜାର ୫୦୦ ଟଙ୍କା ନଗଦ, ୭ଟି ବାଇକ୍ ଓ ୫ଟି ମୋବାଇଲ ଫୋନ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ପୋଲିସ ପହଞ୍ଚିବା ମାତ୍ରେ ରାତିର ଅନ୍ଧାରର ସୁଯୋଗ ନେଇ ଆଉ କିଛି ଜୁଆଡ଼ି ଜଙ୍ଗଲ ଭିତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଓ ଚଢ଼ାଉ ଜାରି ରଖିଛି।

Also Read

Tags