ଏସ୍‌ପିଙ୍କ ଜିରୋ ଟଲରେନ୍ସ ଅଭିଯାନରେ ଅପରାଧୀଙ୍କ ମନରେ ଛନକା

Pradeep Kar

ବ୍ରହ୍ମପୁର, ବ୍ରହ୍ମପୁର ଏସ୍‌ପି ଶ୍ରୀ ଅଭିନବ ସୋନକର, ଆଇପିଏସ୍‌ଙ୍କ ଜିରୋ ଟଲରେନ୍ସ ନୀତି ଅସାମାଜିକ ତତ୍ତ୍ୱଙ୍କୁ କଡ଼ା ବାର୍ତ୍ତା ଦେଇଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ସୂରଜ ବିହାର ଚତୁର୍ଥ ଲେନ୍‌ରେ ଥିବା ବିଜେଡି କର୍ପୋରେଟର ଆର୍. ମୁରଲୀ ମୋହନଙ୍କ ଫାର୍ମହାଉସ୍‌ରେ ସିନେମା ଶୈଳୀରେ ପାହାଚ ସାହାଯ୍ୟରେ ପାଚେରି ଚଢ଼ି ଏକ କଥିତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଏଠାରେ ପ୍ରାୟ ୫୦ ଲକ୍ଷ ଟଙ୍କାର ବାଜି ଲାଗିଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ୨୫ରୁ ଅଧିକ ଲୋକ ଉପସ୍ଥିତ ଥିବା ଜଣାପଡ଼ିଛି। ପୁଲିସ ଟିମ୍‌ ଉପରକୁ କୁକୁର ଛାଡ଼ି ଦିଆଯାଇଥିବା ଏବଂ କର୍ମଚାରୀଙ୍କ ଉପରକୁ କରତ ଫିଙ୍ଗାଯିବାରୁ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ୱେ ପୁଲିସ ୨୦ରୁ ଅଧିକ ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।ଟାଉନ୍‌ ଥାନା ପୁଲିସ ଘଟଣାର ତଦନ୍ତ କରିବା ସହ ଫାର୍ମହାଉସ୍‌ରେ ଉପସ୍ଥିତ ସମସ୍ତଙ୍କୁ ଚିହ୍ନଟ କରୁଛି। କୁମାର ପୂର୍ଣ୍ଣିମା ପୂର୍ବରୁ ଏହି ଚଢ଼ାଉ ଜୁଆଡ଼ି ଓ ବେଆଇନ ବେଟିଂ ନେଟୱର୍କ ପାଇଁ କଡ଼ା ଚେତାବନୀ ସାଜିଛି। ଆଇନଠାରୁ କେହି ଉପରେ ନୁହନ୍ତି।

Also Read

Tags